ETV Bharat / state

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ - ବିଦ୍ୟୁତ ଆଘାତ

ପୌରପାଳିକାର ଇଲେକ୍ଟ୍ରି ଲାଇଟ ସଜାଡୁ ଥିବାବେଳେ 11 କେଭି କରେଣ୍ଟ ଲାଗି ଶ୍ରମିକ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

ବିଦ୍ୟୁତ ଆଘାତରେ ଶ୍ରମିକ  ମୃତ
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
author img

By

Published : Oct 28, 2020, 8:30 PM IST

Updated : Oct 28, 2020, 9:07 PM IST

କେନ୍ଦୁଝର: ବୁଧବାର ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଶିରିପୁର ନିକଟରେ ଘଟିଛି ଅଘଟଣ । ପୌରପାଳିକାର ଇଲେକ୍ଟ୍ରି ଲାଇଟ ସଜାଡୁ ଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ପ୍ରାଣ ହରାଇଛନ୍ତି ।

ମୃତକ ଜଣକ ପଳାସପଙ୍ଗା ନିକଟସ୍ଥ ବାଙ୍କମାରୁଣୀ ଗ୍ରାମର ବିନୋଦ ମହାନ୍ତ । ମୃତ ବିନୋଦ ପୌରପାଳିକାର କଣ୍ଟ୍ରାକ୍ଟର ଅଧୀନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କରେଣ୍ଟ ଲାଗିବା ପରେ ବିନୋଦକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଖବର ପାଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 28, 2020, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.