କେନ୍ଦୁଝର : କେରଳରେ ଫସିଛନ୍ତି ଓଡିଶା ଦାଦନ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦାଦନ କେରଳର ଏନାକୁଲମ୍ ଜିଲ୍ଲାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ହେଲେ, ଲକଡାଉନ ପରଠାରୁ କମ୍ପାନୀ ବନ୍ଦ ହୋଇ ଯାଇଯାଇଥିଲା । କମ୍ପାନୀ ମାଲିକ ଘରକୁ ଯିବାକୁ ଦେଉନାହିଁ । କାମ କରିଥିବା ପାରିଶ୍ରମିକ ଟଙ୍କା ନଦେଇ ଗେଟରେ ତାଲା ପକାଇ ଧମକ ଚମକ ଦେଇଥିବା ଭିଡିଓ ଉତ୍ତୋଳନ କରି ପରିବାର ଲୋକଙ୍କୁ ପଠାଇଛନ୍ତି ଶ୍ରମିକ । ଏଥିସହ ସେମାନଙ୍କ ପାଖରେ ଏବେ ଟଙ୍କା ନଥିବା କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେଠାରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁଝର ପିଠାଗୋଳା ପଞ୍ଚାୟତର ୬ଜଣ, ବଡପଳାଶପାଳ ପଞ୍ଚାୟତର ୮ଜଣ, ଭଅଁରପୁର ପଞ୍ଚାୟତର ଜଣେ, ସୁନାପେଣ୍ଠ ପଞ୍ଚାୟତର ଜଣେ, ତେଲକୋଇ ବ୍ଲକର ୫ଜଣ, ଘଟଗାଁ ବ୍ଲକ ଜଣେ ରହିଛନ୍ତି । ସେହିପରି କଟକ ଜିଲ୍ଲା ନରସିଂହ ବ୍ଲକର ଜଣେ ଓ କେନ୍ଦ୍ରପଡା ରାଜନଗର ବ୍ଲକର ୫ଜଣ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି ।
ସମସ୍ତ ଶ୍ରମିକ ଘରକୁ ଆସିବାକୁ ନାମ ପଞ୍ଜିକରଣ କରିଥିବା ବେଳେ କମ୍ପାନୀର ମାଲିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ସେଠାରେ ଥିବା ସମସ୍ତ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାକୁ ଏକ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ