ETV Bharat / state

ରାସ୍ତାକଡରେ ବ୍ୟବହୃତ କୋଭିଡ କିଟ‌, ଗ୍ରାମବାସୀଙ୍କ ରାସ୍ତା ଅବରୋଧ ପରେ ଚେତିଲା ପ୍ରଶାସନ

କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ବ୍ୟବହୃତ ପୋଷାକ ଓ କିଟ ରାସ୍ତା କଡରେ ପକେଇବା ନେଇ ଗ୍ରାମବାସୀଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ...

କେନ୍ଦୁଝରର ରାସ୍ତା କଡରେ କୋଭିଡ କିଟ୍‌, ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ

author img

By

Published : Jun 20, 2020, 6:12 PM IST

କେନ୍ଦୁଝର: ସହର ନିକଟସ୍ଥ ରାଙ୍କୀଠାରେ ପ୍ରଶାସନ ପକ୍ଷରୁ ଏକ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଏହି ହସ୍ପିଟାଲକୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ କୋରୋନା ଆକ୍ରାନ୍ତଙ୍କୁ ଆଣି ଚିକିତ୍ସା କରାଯାଉଛି । ଦିନକୁ ଦିନ ମହାମାରୀର ସଂକ୍ରମଣ ବଢୁଥିବାବେଳେ ଏହାକୁ ପ୍ରତିହତ କରିବା ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ଅଧିକ ଆବଶ୍ୟକ ହୋଇପଡିଛି । ହେଲେ ଏପରିସ୍ଥିତିରେ ଏହି ହସ୍ପିଟାଲରେ ରୋଗୀ କିମ୍ବା କର୍ମଚାରୀମାନଙ୍କ ଦ୍ବାରା ବ୍ୟବହୃତ ପୋଷାକ, ଗ୍ଲୋବସ, ମାସ୍କ ଆଦି ନିକଟସ୍ଥ ଗାଁର ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରର ରାସ୍ତା କଡରେ କୋଭିଡ କିଟ୍‌, ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ

ରାସ୍ତା କଡରେ ପଡିଥିବା ହସ୍ପାଟାଲର ରୋଗୀ ଓ କର୍ମଚାରୀଙ୍କ ଦ୍ବାରା ବ୍ୟବହୃତ ପୋଷାକ ଓ ମେଡିକାଲ ସରଞ୍ଜାମଗୁଡିକୁ ସ୍ଥାନୀୟ ଛୋଟଛୋଟ ପିଲାମାନେ ଗୋଟେଇ ଖେଳୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀମାନେ ବାରମ୍ବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଘଟଣାକୁ ନେଇ ଏହି ହସପିଟାଲକୁ ଯାଇଥିବା ରାସ୍ତାକୁ କିଛି ସମୟ ଗ୍ରାମବାସୀ ଅବରୋଧ କରିଥିଲେ । ଟାଉନ ଥାନା ଅଧିକାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଆସି ବୁଝାସୁଝା କରି ଆଗକୁ ଏଭଳି ଭୁଲ ନହେବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ରାସ୍ତା କଡରେ ପଡିଥିବା କୋଭିଡ କିଟ୍‌ଗୁଡିକୁ ହସ୍ପିଟାଲ କର୍ମଚାରୀମାନେ ଆସି ନେଇଯାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.