ETV Bharat / state

ଏଣିକି ସୁନାଥାଳିରେ ଖାଇବ କେନ୍ଦୁଝର - plastic ban

ପ୍ଲାଷ୍ଟିକ ବର୍ଜନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ । ପ୍ରଥମେ ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେ ପ୍ଲାଷ୍ଟିକ କପ ପ୍ଲେଟକୁ ଛାଡି ଶାଳପତ୍ରରେ ପ୍ରସ୍ତୁତ ଚଉତିରେ ଟିଫିନ ପ୍ରଦାନ କରାଯିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀମାନେ ଲାଭବାନ ହେବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
author img

By

Published : Sep 19, 2019, 2:50 AM IST

କେନ୍ଦୁଝର: ଆସନ୍ତା ଅକ୍ଟୋବର ୨ରେ ପାଳନ ହେବ ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀ । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ଗାନ୍ଧୀଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ପାଳିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସରକାର ଦେଇଛନ୍ତି କଡା ତାଗିଦ। ଲାଗୁ ହୋଇଥିବା ନୂଆ ନିୟମକୁ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏଣିକି ସୁନାଥାଳିରେ ଖାଇବ କେନ୍ଦୁଝର

ସବୁଠାରୁ ବଡ କଥା ହେଉଛି ଜିଲ୍ଲାରେ ଆୟୋଜିତ ସମସ୍ତ ବୈଠକରେ ବ୍ୟାନ ହୋଇଛି ପ୍ଲାଷ୍ଟିକ । ଏହା ବଦଳରେ ସୁନାଥାଳିର ମାନ୍ୟତା ପାଇଥିବା ଶାଳପତ୍ର ଚଉତିରେ ସମସ୍ତ ଅତିଥିଙ୍କୁ ଟିଫିନ ପରସା ଯାଉଛି । ଯାହାର ଏକ ନଜିର ଦିନିକିଆ କେନ୍ଦୁଝର ଗସ୍ତରେ ଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ବୈଠକରେ ଦେଖିବାକୁ ମିଳିଥିଲା।

ଏହି ଶାଳପତ୍ରରେ ପ୍ରସ୍ତୁତ ଖଲି, ଚଉତି ପ୍ରସ୍ତୁତିକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଦ୍ଵାରା ପ୍ଲାଷ୍ଟିକ ବର୍ଜନ ହେବା ସହ ଏହାକୁ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି । ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ପରେ ଖଲି ଚଉତି ପ୍ରସ୍ତୁତ କରୁଥିବା ମହିଳାଙ୍କ ମଉଳା ମନରେ ନୂତନ ଆଶାର କିରଣ ଦେଖା ଦେଇଛି । ଅଧିକ ବ୍ୟବସାୟ ହେଲେ ଘରର ଆର୍ଥିକ ମାନଦଣ୍ଡ ସୁଧୁରିବ ବୋଲି ସେମାନେ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ପ୍ଲାଷ୍ଟିକ ବର୍ଜନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ । ପ୍ରଥମେ ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେରେ ପ୍ଲାଷ୍ଟିକ କପ ପ୍ଲେଟ କୁ ଛାଡି ଶାଳପତ୍ର ରେ ପ୍ରସ୍ତୁତ ଚଉତିରେ ଟିଫିନ ପ୍ରଦାନ କରାଯିବ । ଏହା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଲାଭବାନ ହେବେବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।

Body:ଆସନ୍ତା ଅକ୍ଟୋବର ୨ ରେ ଗାନ୍ଧୀ ଜୟନ୍ତୀ ପାଳନ ହେବ । ଏହି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସରକାର ଥରକେ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ କୁ ରାଜ୍ୟସରକାର ତାଗିଦ ମଧ୍ୟ କରିଛନ୍ତି । ଏଥିପାଇଁ ରାଜ୍ୟର ମୁଖ୍ୟତଃ ପୋୖରପାଳିକା ଗୁଡିକରେ ଏହାକୁ କଡାକଡି କରିବା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସମସ୍ତ ପୌରପାଳିକା ରେ ସଚେତନତା ସୃଷ୍ଟି ପାଇଁ ହୋଡ଼ିଂ ମରାହୋଇଛି । ଆହୁରି ମଧ୍ୟ ଏହି ସଚେତନତାକୁ ବଢ଼େଇବା ପାଇଁ ନିଜ ଆଡୁ ଜିଲ୍ଲା ପ୍ରଶାସନ ନିଆରା ଢଙ୍ଗରେ ପଦକ୍ଷେପ ନେଇଛି । ଜିଲ୍ଲା ପ୍ରଶାସନ ଗାନ୍ଧୀ ଜୟନ୍ତୀ ପୂର୍ବରୁ ପ୍ଲାଷ୍ଟିକ ବର୍ଜନ ନିଜ ଅଫିସ , ବୈଠକ ରୁ ଆରମ୍ଭ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସମସ୍ତ ବୈଠକରେ ପ୍ଲାଷ୍ଟିକ ପ୍ଲେଟ ଓ ଗ୍ଲାସ ବନ୍ଦ କରାଯାଇଛି । ଏହି ସବୁ ବୈଠକରେ କେନ୍ଦୁଝର ଜିଲ୍ଲାର ସୁନା ଥାଳି କୁହାଯାଉଥିବା ଶାଳପତ୍ର ଚଉତି ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଚଉତିରେ ଏବେ ସମସ୍ତ ବୈଠକରେ ଟିଫିନ ଅତିଥିଙ୍କୁ ପ୍ରଦାନ କରାଯିବ । ଏହି ପତ୍ରରେ ବୈଠକରେ ଟିଫିନ ଦେବା ମଧ୍ୟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ଏହି ଶାଳ ପତ୍ର ଚଉତିରେ ସମସ୍ତ ଅତିଥିଙ୍କୁ ଟିଫିନ ମଧ୍ୟ ଦିଆଯାଇଥିଲା । ଏହି ଶାଳ ପତ୍ର ଚଉତିରେ ଟିଫିନ ଖାଇ ଅତିଥିମାନେ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ର ଉଦ୍ୟମ କୁ ସାଧୁବାଦ ଜଣେଇଥିଲେ ।

ବାଇଟ-୧- ଟୁକୁନି ସାହୁ ( ମନ୍ତ୍ରୀ, ମହିଳା ଓ ଶିଶୁ କଲ୍ୟାଣ) ଧଳାରଙ୍ଗର ଶାଢୀ ପିନ୍ଧିଥିବା ମହିଳା

Conclusion:ଏହି ଶାଳପତ୍ରରେ ପ୍ରସ୍ତୁତ ଖଲି, ଚଉତି ପ୍ରସ୍ତୁତିକୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହା ଦ୍ଵାରା ପ୍ଲାଷ୍ଟିକ ବର୍ଜ୍ଜନ ହେବାସହ ଏହାକୁ ପ୍ରସ୍ତୁତ କରୁଥିବା ସ୍ୱଂୟ ସହାୟକ ଗୋଷ୍ଠୀ ଙ୍କ ଆର୍ଥିକ ଅବସ୍ଥା ସୁଧୁରିବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି । ଏହି ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ପରେ ଖଲି ଚଉତି ପ୍ରସ୍ତୁତ କରୁଥିବା ମହିଳାଙ୍କ ମନରେ ନୂତନ ଆଶା ର ସଂଚାର ହୋଇଛି । ଅଧିକ ବ୍ୟବସାୟ ହେଲେ ଘରର ଆର୍ଥିକ ମାନଦଣ୍ଡ ସୁଦୁରିବ ବୋଲି ସେମାନେ ଆଶା ରଖିଛନ୍ତି ।

ବାଇଟ-୨-ସରସ୍ୱତୀ ଦେହୁରୀ (ନୀଳ ରଙ୍ଗର ଶାଢୀ ପିନ୍ଧି ଥିବା ମହିଳା)

ବାଇଟ-୩-ସୁଲି ନାଏକ ( ସବୁଜ ରଙ୍ଗର ଶାଢୀ ପିନ୍ଧି ଥିବା ମହିଳା)

ବାଇଟ-୪- ଆଶିଷ ଠାକରେ (ଜିଲ୍ଲାପାଳ)

ପିଟିସି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.