କେନ୍ଦୁଝର: ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ କିଛି ଜିଲ୍ଲାରେ 2 ଦିନିଆ ସଟଡାଉନ ଜାରି ରହିବ । ଏହି କ୍ରମରେ ଶନିବାର କେନ୍ଦୁଝର ଜିଲ୍ଲାରେ ସଟଡାଉନର ପ୍ରଥମ ଦିନ ବଳବତ୍ତର ରହିଛି ।
ଜିଲ୍ଲା ପ୍ରଶାସନ ବିଳମ୍ବିତ ରାତିରେ ଏହି ସଟଡାଉନ ନେଇ ଘୋଷଣା କରିଛନ୍ତି। ଶନିବାର ସଟଡାଉନରେ ଜିଲ୍ଲାର ପ୍ରତି ଛକ, ଗଳିରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ଛଡା ଅନ୍ୟସବୁ ବନ୍ଦ ରହିଛି । ଅଗଷ୍ଟ ମାସରେ ଏହି ସଟଡାଉନକୁ କଡାକଡି କରାଯିବ ବୋଲି ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ