ETV Bharat / state

ବିରଳ ରୋଗରେ ଜୁଝୁଛନ୍ତି ବିଭାବରି; ସହାୟତା ପାଇଁ ପରିବାରର ଗୁହାରି

author img

By

Published : Aug 22, 2019, 7:33 PM IST

Updated : Aug 22, 2019, 11:53 PM IST

ଗରିବ ବାପା ମା’ଙ୍କ ନିବେଦନ । ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଦୁଃଖ କେତେବେଳେ କେମିତି ଆସିବ ତାହା କହିବା ଅସମ୍ଭବ । ଯେମିତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପଦ୍ମପୁର ଗ୍ରାମର ଦିଲ୍ଲୀପ ସାମଲ ଙ୍କ କ୍ଷେତ୍ରରେ ଏବେ ଦୁଃଖର ପାହାଡ ଛିଡା ହୋଇଛି । ଦିଲ୍ଲୀପ ସାମଲ ହେଉଛନ୍ତି ଜଣେ ଅଭାବୀ ଚାଷୀ । ନିଜ ପାଞ୍ଚ ପ୍ରାଣୀ ପରିବାକୁ ନେଇ ଯେମିତି ସେମିତି ଚଳିଯାଉଥିଲେ । ହେଲେ ହଠାତ ପରିବାର ପଡିଲା ବିଧାତାଙ୍କ କୋପ ଦୃଷ୍ଟି । ଦିଲ୍ଲୀପଙ୍କ ଝିଅ ନିତିଦିନ ସ୍କୁଲ ଯିବାଆସିବା କରିବା ସହ ଭଲ ପାଠ ମଧ୍ୟ ପଢୁଥିଲେ ।

ହେଲେ କେବେ କିଛି ସମସ୍ୟା ନଥିବା ଝିଅ ବିଭାବରିର ଆଖି ବନ୍ଦ ହୋଇଗଲା । ଏଥିରେ ବିଚଳିତ ହୋଇ ପରିବାର ଲୋକେ ସ୍ଥାନୀୟ ଡାକ୍ତର ଖାନାରେ ଚିକିତ୍ସା କଲେ ହେଲେ ଫଳ କିଛି ମିଳିଲା ନାହିଁ । ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଆସିଲେ । ସେଠି ମଧ୍ୟ ନିରାଶ ହେଲେ ଦିଲ୍ଲୀପ । ପୁଣି କିଛି ଲୋକଙ୍କ ପରାମର୍ଶରେ ଭୁବନେଶ୍ବର ଏମ୍ସକୁ ଆସି ଡାକ୍ତରଙ୍କ ପରାମର୍ଶ ନେଲେ । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହା ଏକ ବିରଳ ରୋଗ ବୋଲି ଡାକ୍ତର କହିବା ସହ ଅପରେସନ ପାଇଁ ଅଢେଇ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଲେ । ଗରୀବ ଦିଲ୍ଲୀପ ଏଥିରେ ଭାଙ୍ଗିପଡିଲେ । ଯଦିଓ ଏହା ପୂର୍ବରୁ ଆନନ୍ଦପୁର ପ୍ରଶାସନ 30 ହଜାର ଟଙ୍କା ସହାୟତା ଦେଇଥିଲେ । ଏହାସହ ଦିଲ୍ଲୀପଙ୍କ ଝିଅ ପଢୁଥିବା ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ମଧ୍ୟ ସଂଗ୍ରହ କରି 30 ହଜାର ଟଙ୍କା ସହାୟତା ଦେଇଥିଲେ । ଏହି ଟଙ୍କା ସବୁ ଭୁବନେଶ୍ବର ଯିବା ଆସିବା ଓ ଚିକିତ୍ସା କରିବାରେ ଖର୍ଚ୍ଚ ହୋଇଯାଇଛି । ଏବେ ଅପରେସନ ପାଇଁ ଟଙ୍କା ନାହିଁ । ଫଳରେ ନିଜ ଅଳିଅଳି ଝିଅର ଏମିତି ଅବସ୍ଥାରେ ଚିକିତ୍ସା କରି ନପାରି ବାପା ମା ଭାଙ୍ଗି ପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

କେମିତି ଝିଅର ଚିକିତ୍ସା କରିବେ ସେଇ ଚିନ୍ତାରେ ଦିନ କାଟୁଛନ୍ତି । ଯଦି ରାଜ୍ୟ ସରକାର ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବେ ତେବେ ନିଜ ଝିଅ ପୁଣିଥରେ ନିଜ ଦୁନିଆ ଦେଖିପାରିବ ବୋଲି କହିଛନ୍ତି ଝିଅର ବାପା ଦିଲ୍ଲୀପ ସାମଲ । ତେବେ ଦେଖିବାର କଥା ସରକାର କେବେ ଚିକିତ୍ସା ପାଇଁ ସହାୟତା ଯୋଗାଇଦେଉଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 22, 2019, 11:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.