ETV Bharat / state

ଶୁଆକୁ କଥାକୁହା ଶିଖାଇ ଫସିଲେ, ବନ୍ୟ ପ୍ରାଣୀ ଆଇନ ଉଲ୍ଲଘଂନ ଅଭିଯୋଗରେ ୟୁଟ୍ୟୁବର ଗିରଫ - ବନ୍ୟ ପ୍ରାଣୀ ଆଇନ ଉଲଘଂନ ଅଭିଯୋଗରେ ୟୁଟ୍ୟୁବର ଗିରଫ

ବନ୍ୟ ପ୍ରାଣୀ ଆଇନକୁ ବେଖାତିର କରି ଫସିଲେ ୟୁଟ୍ୟୁବର । ଶୁଆ କିପରି କଥା କହିବ, କିପରି କାମୁଡିବ ନାହିଁ ଏହାର ଭିଡିଓ ସେୟାର କରି ଗିରଫ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁମୁଡ଼ି ଗ୍ରାମର ଚିନ୍ମୟ ମହାନ୍ତ । ଅଧିକ ପଢନ୍ତୁ

keonjhar youtuber arrested
keonjhar youtuber arrested
author img

By

Published : Apr 13, 2023, 3:56 PM IST

keonjhar youtuber arrested

କେନ୍ଦୁଝର: ଶୁଆକୁ କଥା କହିବା ଶିଖାଇ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଲା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଘଂନ ଅଭିଯୋଗରେ ବାନ୍ଧିଲା ବନବିଭାଗ । ଅଭିଯୁକ୍ତ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁମୁଡ଼ି ଗ୍ରାମର ଚିନ୍ମୟ ମହାନ୍ତ । ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ମାନସ କୁମାର ମୁର୍ମୁ ତାଙ୍କୁ ଗିରଫ କରିଛନ୍ତି । ତାଙ୍କୁ ସଜା ହେଲେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ପଚାଶ ହଜାର ଟଙ୍କା ଦେୟ ଦେବାକୁ ପଡିବ ବୋଲି ଡିଏଫଓ ଧନରାଜ ଏଚ୍‌ଡି କହିଛନ୍ତି ।

ଖବର ଅନୁସାରେ, ଚିନ୍ମୟ ଆଲେକ୍‌ଜାଣ୍ଡ୍ରିଆନ ପାର୍କିଟ୍ ପ୍ରଜାତିର ଏକ ଶୁଆକୁ କଥା କହିବା ଶିଖାଉଥିଲେ । ଶୁଆ କିପରି କାମୁଡ଼ିବ ନାହିଁ ସେ ସମ୍ପର୍କରେ ଲୋକଙ୍କୁ ଡେମୋ ଦେଖାଉଥିଲେ । ଏହାସହ ଶୁଆର ଉଭୟ ପଟ କାନପୁଡାରେ ସୋରିଷ ତେଲ ପକେଇବା ସହିତ ଲୋକଙ୍କୁ ସେଇଆ କରିବା ପାଇଁ ପରାମର୍ଶ ଦେଉଥିଲେ । ଏସବୁର ଭିଡିଓ କରି ‘ଚିନ୍ମୟ ଭାଇ’ ନାମକ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରୁଥିଲେ । ଏହାକୁ ଲକ୍ଷାଧିକ ଲୋକ ଦେଖୁଥିଲେ । ଏହା ବନ୍ୟ ପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଘଂନ ବୋଲି ଅଭିଯୋଗ ଆଣିଥିଲେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଜୀବ ନିଷ୍ଠୁରତା ନିରାକରଣ ଆଇନ, ୧୯୬୦ର ମଧ୍ୟ ଖୋଲା ଉଲ୍ଲଙ୍ଘନ ହୋଇଥିବା ନେଇ ସେ କହିଥିଲେ । ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ମାନସ କୁମାର ମୁର୍ମୁ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ବନ୍ୟ ପ୍ରାଣୀ ଆଇନକୁ ବେଖାତିର; ଖୁଲମଖୋଲା ଚାଲିଛି ଶୁଆ ଶିକାର ଏବଂ ଅତ୍ୟାଚାର !

ବନ୍ୟପ୍ରାଣୀଙ୍କ ସହିତ ଫଟୋ ବା ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବେଆଇନ ବୋଲି ୨୦୧୪ରୁ ଘୋଷଣା କରାଯାଇଛି ।କିନ୍ତୁ ରାଜ୍ୟରେ କ୍ରମାଗତ ଭାବେ ବନ୍ୟପ୍ରାଣୀ ଅପରାଧ ବଢିବାରେ ଲାଗିଛି । ଆଇନ କଡ଼ାକଡ଼ି ପାଳନ ହେଉଥିବା ନେଇ ସରକାର କହୁଥିବା ବେଳେ ବନ୍ୟପ୍ରାଣୀ ଅପରାଧ କମିବାର ନା ନେଉନାହିଁ । ଏହାର ପ୍ରମୁଖ କାରଣ ବନ ବିଭାଗର ଉଦାସୀନତା ବୋଲି ଅଭିଯୋଗ ହେଉଛି । ୨୦୨୩ ଏପ୍ରିଲ ୧ରୁ ସଂଶୋଧିତ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଲାଗୁ ହେବା ସତ୍ତ୍ବେ ବନ ବିଭାଗ କୋହଳ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଅବସ୍ଥା ପହଞ୍ଚିଛି ଥିବା ଅଭିଯୋଗ ହୋଇଛି । ୨୦୧୯ରେ ବରଗଡ଼ ଏବଂ ଅଗଷ୍ଟ ୨୦୨୨ ମସିହାରେ ସମ୍ବଲପୁରରେ ସୋସିଆଲ ମିଡିଆରେ ସାପ ସହିତ ଭିଡିଓ ପୋଷ୍ଟ କରିଥିବା ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.