ETV Bharat / state

ରାଇବାରୀକୁ ସାହା ହେଲେ ସରକାର, ଘର ସହ ମିଳିବ ବିଧବା ଭତ୍ତା

author img

By

Published : Jul 30, 2019, 3:52 PM IST

ପାଇଖାନାରେ ଦିନ କାଟୁଥିବା ରାଇବାରୀ ମୁଣ୍ଡାଙ୍କ ବିଷୟରେ ଗଣମାଧ୍ୟମରେ ପ୍ରସାରଣ ପରେ ସହଯୋଗର ହାତ ବଢାଇଛି ପ୍ରଶାସନ । ତାଙ୍କୁ ପକ୍କା ଘର ସାଙ୍ଗକୁ ବିଧବା ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ମିଳିଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଗଣମାଧ୍ୟମର ପ୍ରଭାବ । ଅଭାବୀ, ବେଘର, ବେସାହାରା ଓ 4 ସନ୍ତାନର ବିଧବା ମାକୁ ସହାୟତାର ହାତ ବଢାଇଲା ପ୍ରଶାସନ । ପାଇଖାନା ଘରେ ଜୀବନ ବିତାଉଥିବା କେନ୍ଦୁଝର ନିକଟସ୍ଥ ରାଙ୍କି ଗ୍ରାମର ରାଇବାରୀ ମୁଣ୍ଡାଙ୍କୁ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି ସଦର ବ୍ଲକ ଅଧିକାରୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

ରାଇବାରୀ ମୁଣ୍ଡା । ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୁ ଘରୁ ତଡିଦେଲେ । ପରେ ଭାଇ ବି ପର କରିଦେଲେ । ଶେଷରେ 4 ଛୁଆକୁ ଧରି ସରକାରଙ୍କ ସ୍ବଚ୍ଛ ମିଶନ ଯୋଜନା ଜରିଆରେ ମିଳିଥିବା ପାଇଖାନା ଘରକୁ ସାହାରା କରିଛନ୍ତି । ରାତି ଓ ବର୍ଷା ହେଲେ ପର ବାରଣ୍ଡାରେ ଛୁଆଙ୍କୁ ଧରି ରହୁଛନ୍ତି । ରୋଜଗାର କହିଲେ କାଠ ହାଣିବା ଓ କୁଲିମଜୁରୀ । ଯଦି କାମ ନ ମିଳେ ତେବେ ଭୋକଉପାସରେ ଦିନ କଟେ । ଏପରି ସ୍ଥିତିରେ ନା ତାଙ୍କୁ ପକ୍କା ଘରଟିଏ ମିଳିଛି ନା ବିଧବା ଭତ୍ତା । ଏ ନେଇ ସେ ଦରଖାସ୍ତ ଦେଇଥିଲେ ସୁଦ୍ଧା କୌଣସି ଫରକ ପଡିନଥିଲା । ହେଲେ ଏ ନେଇ ଖବର ପ୍ରସାରଣ ପରେ ଖୋଦ ସଦର ବ୍ଲକ ଅଧିକାରୀ ଆସି ରାଇବାରୀଙ୍କ ସ୍ଥିତି ଦେଖିଯାଇଛନ୍ତି । ବିଜୁ ପକ୍କା ଯୋଜନାରେ ଘର ଓ ବିଧବା ଭତ୍ତା ଦେବା ନେଇ କଥା ଦେଇଛନ୍ତି ଏବିଡ଼ିଓ ।

ସ୍ବଚ୍ଛତାର ବାର୍ତ୍ତା ନେଇ ଘରେ ଘରେ ପାଇଖାନାର ନାରା ଦେଉଛନ୍ତି ସରକାର । ହେଲେ ଏଠି ମୁଣ୍ଡ ଗୁଞ୍ଜିବାକୁ 5 ପ୍ରାଣୀ କୁଟୁମ୍ବଙ୍କ ସାହାର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଦିଆଯାଇଥିବା ପାଇଖାନା । ଏ ନେଇ ଖବର ପ୍ରସାରଣ ପରେ କେନ୍ଦୁଝର ନିକଟସ୍ଥ ରାଙ୍କି ଗ୍ରାମର ରାଇବାରୀ ମୁଣ୍ଡାଙ୍କୁ ସହଯୋଗର ହାତ ବଢାଇଛି ପ୍ରଶାସନ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ମୁଣ୍ଡ ଗୁଞ୍ଜିବାର ରାହା ପାଇଖାନା ଘର, ପ୍ରଶାସନ ବଢାଇଲା ସହଯୋଗ ର ହାତBody:
ଆଙ୍କର- ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ସରକାର ସମସ୍ତଙ୍କୁ ସ୍ୱଚ୍ଛତା ବାର୍ତ୍ତା ପ୍ରଦାନ କରୁଛନ୍ତି । ଏଥିପାଇଁସବୁ ଘରେ ପାଇଖାନା ନିର୍ମାଣ କରାଉଛନ୍ତି । କିନ୍ତୁ ଏହି ପାଇଖାନା ମୁଣ୍ଡ ଗୁଞ୍ଜିବାର ଏବେ ରାହା ପାଳିଟିଛି । ଏହିପରି ଘଟଣା ଘଟିଛି ଖୋଦ କେନ୍ଦୁଝର ସହର ନିକଟସ୍ଥ ରାଙ୍କି ଗ୍ରାମରେ । ଉକ୍ତ ଗ୍ରାମର ରାଇବାରୀ ମୁଣ୍ଡା ନାମକ ବିଧବା ମହିଳା ଚାରିଜଣ ଛୋଟ ଛୁଆଙ୍କୁ ଧରି ପାଇଖାନା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସ୍ୱାମୀ ମରିଗଲା ପରେ ଶାଶୁ ଙ୍କ ସହ ରହୁଥିଲେ । ଶାଶୁ ଘରୁ ତଡିଦେଲା ପରେ ନିଜ ଭାଇଙ୍କ ଘରେ ରହୁଥିଲେ ରାଇବାରୀ । ଭାଇଙ୍କ ସହ ଝଗଡା ହେବରୁ ବାଧ୍ୟ ହୋଇ ଏହି ପାଇଖାନ ଘରେ ରହୁଛନ୍ତି । ରାତି ଓ ବର୍ଷା ହେଲେ ପର ପିଣ୍ଡା ରେ ଛୁଆଙ୍କୁ ଧରି ମୁଣ୍ଡ ଗୁଂଜୁଛନ୍ତି ରାଇବାରୀ । କାଠ ହାଣି କୁଲି ମଜୁରୀ କରି ବଞ୍ଚୁଥିବା ରାଇବାରୀ ଏବେ ଗୋଟେ ପକ୍କା ଛାତ ଆଶାରେ । ଏନେଇ ସେ ଦରଖାସ୍ତ କରିଥିଲେ ହେଁ ତାଙ୍କୁ ଘର ଖଣ୍ଡେ ସରକାର ଦେଇ ପାରିନାହାନ୍ତି । ଏନେଇ ଖବର ପ୍ରସାରଣ ପରେ ସଦର ବ୍ଲକ ଅଧିକାରୀ ଆସି ଗୁରୁବାରୀ ର ଘର ବୁଲି ଦେଖିଛନ୍ତି । ତାକୁ ବିଜୁ ପକ୍କା ଘର ଯୋଗାଇବ ସହ ବିଧବା ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବାଇଟ-1- ଭାଗବତ ନାଏକ ( ଏବିଡ଼ିଓ,ସଦର)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.