ETV Bharat / state

୯ ଓ ୧୦ରେ ମାଣ୍ଡିଆ ଦିବସ ପାଳିବ କେନ୍ଦୁଝର ପ୍ରଶାସନ - ନଭେମ୍ବର ୯ ଓ ୧୦ରେ ମାଣ୍ଡିଆ ଦିବସ ପାଳନ ହେବ

ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ପାଳନ ହେବ ମାଣ୍ଡିଆ ଦିବସ । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ମାଣ୍ଡିଆ ଦିବସ
ମାଣ୍ଡିଆ ଦିବସ
author img

By ETV Bharat Odisha Team

Published : Nov 8, 2023, 12:16 PM IST

ମାଣ୍ଡିଆ ଦିବସ

କେନ୍ଦୁଝର : ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । କିନ୍ତୁ ଆଜି ଏହା ସମ୍ଭ୍ରାନ୍ତ ପରିବାରରେ ମଧ୍ୟ ସ୍ଥାନ ଅକ୍ତିଆର କରିବାକୁ ଲାଗିଛି । ମାଣ୍ଡିଆ ନ୍ୟୁଟ୍ରିସନରେ ଭରପୁର ରହିଥାଏ । ଏହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥିବାରୁ ଲୋକେ ମାଣ୍ଡିଆ ଖାଇବାକୁ ବେଶ ପସନ୍ଦ କରୁଛନ୍ତି । ଏପରିକି ବଜାରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ତେବେ ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରୁତ୍ବାରୋପ କରିଛନ୍ତି । ତେବେ ଜିଲ୍ଲା ଖଣିଜ ଫାଉଣ୍ଡେସନ ସହାୟତାରେ ଜିଲ୍ଲା ପ୍ରଶାସନ ନଭେମ୍ବର 9 ଓ 10ରେ ଧରଣୀଧର କଲେଜ ଖେଳ ପଡିଆରେ ଦୁଇ ଦିନିଆ ମାଣ୍ଡିଆ ଦିବସ ଆୟୋଜନ କରିବାକୁ ଯାଉଛି । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ମାଣ୍ଡିଆ ଜାତୀୟ ଖାଦ୍ୟର ଉପକାରିତା ସମ୍ପର୍କରେ ଆଲୋକପାତ କରି ଏହାର ବହୁଳ ଉପଯୋଗ ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ, ମିଳିତ ଜାତିସଂଘ 2023କୁ ମିଲେଟର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ମିଲେଟ୍‌ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ରାଜ୍ୟରେ ଉତ୍ସବ ଭାବେ ପାଳନ କରାଯାଉଛି । ନଭେମ୍ବର 10 ତାରିଖରେ ମିଲେଟ୍ ଦିବସ ପାଳନ କରାଯାଉଛି ।

ତେବେ ଡିସେମ୍ବର ୨୦୧୮ରେ ଓଡ଼ିଶା ମିଲେଟ ମିଶନର ବିସ୍ତାର ଭାବରେ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହା କେନ୍ଦୁଝର ଜିଲ୍ଲା ମିନେରାଲ ଫାଉଣ୍ଡେସନ (DMF) ଦ୍ୱାରା ସମର୍ଥିତ ଏକ ପାଞ୍ଚ ବର୍ଷର କାର୍ଯ୍ୟକ୍ରମ ଯାହାକି ୭ଟି ବ୍ଲକରେ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ଉପରେ ଧ୍ୟାନ ଦେଇଅଛି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଥିବା ଚାରୋଟି ବ୍ଲକରେ ହେଲା ବାଂଶପାଳ, ଝୁମ୍ପୁରା, ସଦର, ଏବଂ ହରିଚନ୍ଦନପୁର । ସେହିପରି ଯୋଡ଼ା, ଚମ୍ପୁଆ ଏବଂ ହାଟାଡିହି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ, ଜନଜାତିଙ୍କୁ ଆତ୍ମନିର୍ଭର କରିବ ସୁପର ଫୁଡ ମିଲେଟ୍‌

ତୃତୀୟ ପର୍ଯ୍ୟାୟରେ OMM କାର୍ଯ୍ୟକ୍ରମକୁ ଚାରୋଟି ନୂତନ କେନ୍ଦୁଝର ବ୍ଲକରେ ବିସ୍ତାର କରାଯାଇ ଘଟଗାଁ , ସାହାରାପଡା, ତେଲକୋଇ ଏବଂ ପାଟନାରେ ଆରମ୍ଭ କରାଯାଇଥିଲା। ତେବେ ଓଡିଶା ମିଲେଟ ମିଶନକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ବୋଲି ଜିଲ୍ଲାପାଳ କହିଛନ୍ତି। ଏନେଇ ଜିଲ୍ଲା ଖଣିଜ ଫାଉଣ୍ଡେସନ (DMF) ସହାୟତାରେ ଜିଲ୍ଲା ପ୍ରଶାସନ ନଭେମ୍ବର 9 ଓ 10ରେ ଧରଣୀଧର କଲେଜ ଖେଳ ପଡିଆରେ ଦୁଇ ଦିନିଆ ମାଣ୍ଡିଆ ଦିବସ (ମିଲେଟ୍ ଡେ') ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ଲାଇଭ ମିଲେଟ ଖାଦ୍ୟ ପ୍ରତିଯୋଗିତା, ମିଲେଟ ଆଧାରିତ ଗେମ୍ ଜୋନ୍, କୁଇଜ୍ ପ୍ରତିଯୋଗିତା, ମାଣ୍ଡିଆ ଚାଷ ର ପ୍ରଦର୍ଶନୀ କ୍ଷେତ୍ର , ମିଲେଟସ୍ ଶକ୍ତି କ୍ୟାଫେର ପ୍ରତିକୃତି ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ପ୍ରଦର୍ଶିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହା ସହ ଓଲିଉଡ ଷ୍ଟାର ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.