କେନ୍ଦୁଝର: ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। ରାତ୍ରି ଜଗୁଆଳି କାର୍ଯ୍ୟ ନକରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ। କେନ୍ଦୁଝରର ତେଲକୋଇ ବ୍ଲକ ଅଧିନସ୍ଥ ଗୋଳାବନ୍ଧ ୟୁଜିଏମଇ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ବଳ ବୁଧବାର କୈଣସି କାର୍ଯ୍ୟ ନିମନ୍ତେ ଭୁବନେଶ୍ବର ଯାଇଥିଲେ । ତାଙ୍କ ରୁମକୁ ରାତ୍ରି ସମୟରେ ଜଗିବା ପାଇଁ ଦୁଇଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଜଣେ ଛାତ୍ରଙ୍କ ମା' ରାତିରେ ସ୍କୁଲରେ ଯାଇ ଶୋଇବାକୁ ମନା କରିଥିଲେ। ଫଳରେ ଅନ୍ୟଏକ ଛାତ୍ର ସୈମ୍ୟରଞନ ନାୟକ ମଧ୍ୟ ଏକୁଟିଆ ଶିକ୍ଷକଙ୍କ ରୁମ ଜଗିବାକୁ ଯାଇନଥିଲେ ।
ଗୁରୁବାରଦିନ ସୌମ୍ୟରଞ୍ଜନ ସ୍କୁଲରେ ପ୍ରାର୍ଥନା ସଭା ସରିଲା ପରେ ପ୍ରଧାନ ଶିକ୍ଷକ ତାଙ୍କୁ ନିଜ କକ୍ଷକୁ ଡାକି ବେଲ୍ଟରେ ନିର୍ଧୁମ ବାଡେଇ ଥିଲେ । ତଥାପି ସରିନଥିଲା ଦଣ୍ଡ ଦେବାର ପ୍ରକ୍ରିୟା । ପୁଣିଥରେ ବାଡ଼ିରେ ବାଡେଇଥିବା କହିଛନ୍ତି ଛାତ୍ର । ଏନେଇ ତେଲକୋଇ ବିଇଓ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ