ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ଅଧିକ ପଢନ୍ତୁ

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ ସ୍ଥାନରେ ଚାଲିଛି ରେଡ୍
Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ ସ୍ଥାନରେ ଚାଲିଛି ରେଡ୍
author img

By

Published : Mar 22, 2022, 10:20 AM IST

Updated : Mar 22, 2022, 10:35 AM IST

ଆନନ୍ଦପୁର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ(Assistant Engineer) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସିନୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ସରକାରୀ କାର୍ଯ୍ଯାଳୟ, ପୈତୃକ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି ।

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ ସ୍ଥାନରେ ଚାଲିଛି ରେଡ୍

ସୂଚନା ଅନୁଯାୟୀ, ଭିଜିଲାନ୍ସ ବିଭାଗର ଏକ ୯ ଜଣିଆ ଟିମ୍ ଶାଳପଡା ସରକାରୀ ବାସଭବନରେ ଚଢାଉରେ ସାମିଲ ହୋଇଛନ୍ତି । ଆନନ୍ଦପୁର ସମେତ ଭଦ୍ରକ, ଭୁବନେଶ୍ବରରେ ମଧ୍ୟ ରେଡ୍ ଚାଲିଥିବାର ସୂଚନା ମିଳିଛି । ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗର ଦାୟିତ୍ବରେ ଥିଲେ । ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Mar 22, 2022, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.