ETV Bharat / state

ଇଟିଭି ଭାରତରେ ବାଜିଲା ଖବର, ଲଭଲିକୁ ସାହାଯ୍ୟର ହାତ ବଢାଇଲା ପ୍ରଶାସନ - ଇଟିଭି ଭାରତରେ ବାଜିଲା ଖବର

ଲଭଲିକୁ ପ୍ରଶାସନ ବଢାଇଲା ସାହାଯ୍ୟର ହାତ । ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁର ଲଭଲି ଚର୍ମ ରୋଗରେ ପୀଡିତ। ଖବର ଇଟିଭି ଭାରତରେ ପ୍ରସାରଣ ହେବାପରେ ଲଭଲିକୁ ସହାୟତାର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ..

ଇଟିଭି ଭାରତରେ ବାଜିଲା ଖବର, ଲଭଲିକୁ ସାହାଯ୍ୟର ହାତ ବଢାଇଲା ପ୍ରଶାସନ

author img

By

Published : Oct 1, 2020, 11:07 PM IST

କେନ୍ଦୁଝର: ଲଭଲିକୁ ପ୍ରଶାସନ ବଢାଇଲା ସାହାଯ୍ୟର ହାତ । ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁର ଲଭଲି ଚର୍ମ ରୋଗରେ ପୀଡିତ । ଜନ୍ମର ତିନି ମାସ ପର ଠାରୁ ଏହି ଦୂରାରୋଗ୍ୟରେ ପୀଡିତ ସେ । ତାର ବାପାମା’ ଗରିବ ଶ୍ରେଣୀର ହୋଇଥିବାରୁ ବହୁ କଷ୍ଟରେ ତାକୁ ଚିକିତ୍ସା କରି ବଞ୍ଚାଇ ରଖିଛନ୍ତି । କିନ୍ତୁ ଲକଡାଉନ ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ପ୍ରଭାବ ମଧ୍ୟ ଲଭଲି ଉପରେ ପଡିଥିଲା ।

ଇଟିଭି ଭାରତରେ ବାଜିଲା ଖବର, ଲଭଲିକୁ ସାହାଯ୍ୟର ହାତ ବଢାଇଲା ପ୍ରଶାସନ

ଅର୍ଥାଭାବରୁ ତାର ଚିକିତ୍ସା ହୋଇପାରିନଥିବାରୁ ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଲଭଲିକୁ ସହାୟତାର ହାତ ବଢାଇଛି ଜିଲ୍ଲା ପ୍ରଶାସନ ।

ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ମେଡିକାଲ ଟିମ ଲଭଲିର ପରିବାରକୁ ତାଙ୍କ ଗ୍ରାମରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା ପରେ ଲଭଲି କୁ କଟକ ବଡ଼ ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.