କେନ୍ଦୁଝର: ଦିନକୁ ଦିନ କୋରୋନାର ଭୟାଭୟତା ବଢି ଚାଲିଛି । ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଲକଡାଉନ ପରେ ଅନଲକ ସରକାର ଘୋଷଣା କରିଛନ୍ତି । ଏହି ଅନଲକ ୨ ରେ କେନ୍ଦୁଝର ଜିଲ୍ଲାକୁ ଜୋନ ୧ ରେ ରାଜ୍ୟ ସରକାର ଘୋଷଣା ପରେ ଜୁଲାଇ ମାସର ସମସ୍ତ ଶନିବାର ଓ ରବିବାରକୁ ମଧ୍ୟ ସଟଡାଉନ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରଶାସନ ମଧ୍ୟ ବେଶ ସଜାଗ ହୋଇଛି ।
କେନ୍ଦୁଝର ପୌରପାଳିକା ମଧ୍ୟ ଏହି ଅନଲକ ୨ରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି । ଏହା ସହ ପୌରପାଳିକାରେ ଯେଉଁ ଦୋକାନ ଗୁଡିକର ଟ୍ରେଡ଼ ଲାଇସେନ୍ସ ନାହିଁ ସେମାନଙ୍କ ଦୋକାନ ଗୁଡିକୁ ତାଗିଦ କରିବା ସହ ଫାଇନ ମଧ୍ୟ କାଟିଛି । ଆଗାମୀ ଦିନରେ ଯେଉଁ ଦୋକାନ ଗୁଡିକ ଏହି ନିୟମକୁ ଆଗାମୀ ଦିନରେ ନମାନିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେଦୋକାନ,ବଜାର ଗୁଡିକରେ ପୌରପାଳିକାର କଡାକଡି ନିୟମକୁ ସାଧାରଣ ଲୋକେ ସ୍ବାଗତ କରିଥିବା ବେଳେ ସ୍ବଚ୍ଛତା ପ୍ରତି ପୌରପାଳିକା ଅଧିକ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ