ETV Bharat / state

କେନ୍ଦୁଝର ପୌରପାଳିକାରେ ଗଡିଲା ସ୍ବଚ୍ଛ ସଵାରୀ - କେନ୍ଦୁଝର ମ୍ୟୁନିସପାଲଟି ନ୍ୟୁଜ

ପୌରପାଳିକାରେ ଓଦା ଓ ଶୁଖିଲା ଆବର୍ଜନା ସଫାକରିବା ପାଇଁ ଗଡିଲା ସ୍ବଚ୍ଛତା ସବାରୀ ।

Kendujhar municipality
କେନ୍ଦୁଝର ମ୍ୟୁନିସପାଲଟି ନ୍ୟୁଜ
author img

By

Published : May 27, 2020, 7:25 PM IST

କେନ୍ଦୁଝର: ଦିନକୁ ଦିନ କେନ୍ଦୁଝରଗଡ଼ ପୌରପାଳିକାରେ ଆବର୍ଜନାର ମାତ୍ରା ବୃଦ୍ଧି ପାଉଛି । ଏହି ଆବର୍ଜନାକୁ ବିଭିନ୍ନ ୱାର୍ଡ ବୁଲି ଉଠେଇବା ପୌରପାଳିକା ପକ୍ଷେ କଷ୍ଟକର ହୋଇଥିଲା । ଏଣୁ ଆବର୍ଜନା ହଟେଇବା ପାଇଁ କେନ୍ଦୁଝର ପୌରପାଳିକାକୁ ଡିଏମଏଫ ପକ୍ଷରୁ ୧୪ ଟି ମିନି ଟ୍ରକ ଦିଆଯାଇଥିବା ବେଳେ ଏହାକୁ ସ୍ବଚ୍ଛ ସଵାରୀ ନାମକରଣ କରାଯାଇଛି ।

କେନ୍ଦୁଝର ମ୍ୟୁନିସପାଲଟି ନ୍ୟୁଜ

ଏହି ଟ୍ରକ ପୌରପାଳିକାର ବିଭିନ୍ନ ୱାର୍ଡର ଘର ଘର ବୁଲି ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରିବାରେ ସହାୟକ ହେବ । ଓଦା ମଇଳାକୁ ପୌରପାଳିକା କମ୍ପୋଷ୍ଟ ଖତରେ ପରିଣତ କରିବ । ଏହାକୁ ୧୪ ଟି ସ୍ବଚ୍ଛସଵାରୀକୁ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ପତକା ଦେଖାଇ ଉଦଘାଟନ କରିଥିଲେ । ଜାତୀୟ ସବୁଜ ପ୍ରାଧିକରଣ ନିର୍ଦ୍ଦେଶ ପରେ ଏହି ମିଶନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରାଯାଉଛି ବୋଲି ପୌରପାଳିକା ଅଧିକାରୀଣି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.