ETV Bharat / state

ସ୍କୁଲ ତାଲା ପକାଇଲେ ଠିକାଦାର, ବାରଣ୍ଡାରେ ବସିଲେ ପିଲା

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ବାଳିକା ବିଦ୍ୟାଳୟରେ ତାଲା ପଡିଥିବାରୁ ସ୍କୁଲକୁ ଯାଇ ପାରିଲେନି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

author img

By

Published : Jan 8, 2021, 3:22 PM IST

ସ୍କୁଲରେ ତାଲା ପକାଇଲେ ଠିକାଦାର
ସ୍କୁଲରେ ତାଲା ପକାଇଲେ ଠିକାଦାର

ଆନନ୍ଦପୁର: ଦୀର୍ଘ 9 ମାସ ପରେ ଖୋଲିଲା ସ୍କୁଲ । ବାଜିଲା ସ୍କୁଲ ବେଲ । ମାତ୍ର ସ୍କୁଲ ଖୋଲିଥିଲେ ବି ନଥିଲେ ଛାତ୍ରଛାତ୍ରୀ । ସ୍କୁଲରେ ତାଲା ପଡିଥିବାରୁ ସ୍କୁଲକୁ ଯାଇ ପାରିଲେନି ଛାତ୍ରଛାତ୍ରୀ । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ବାଳିକା ବିଦ୍ୟାଳୟରେ ।

ବକେୟା ଟଙ୍କା ଆଦାୟକୁ ନେଇ ଠିକାଦାର ବିଦ୍ୟାଳୟରେ ତାଲା ପକାଇବା କାରଣରୁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି । ଯେଉଁଥିପାଇଁ ସ୍କୁଲ ବାରଣ୍ଡାରେ ବସିବାକୁ ବାଧ୍ୟ ହୋଇଥିଲେ ଛାତ୍ରୀ । ଏହି ବିଦ୍ୟାଳୟରେ କୋଭିଡ୍ ସେଣ୍ଟର ହୋଇଥିବା ବେଳେ ୯ ଲକ୍ଷ ୧୯ ହଜାର ଟଙ୍କା ଅଦ୍ୟାବଧି ମିଳି ନଥିବା ଅଭିଯୋଗ କରି ଠିକାଦାର ସ୍କୁଲରେ ତାଲା ପକାଇଥିଲେ ।

ସ୍କୁଲରେ ତାଲା ପକାଇଲେ ଠିକାଦାର

ଏନେଇ ଘସିପୁରା ବିଡ଼ିଓ ଖବର ପାଇବା ପରେ ଅତିଶୀଘ୍ର ବକେୟା ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଠିକାଦାର ସ୍କୁଲର ତାଲା ଖୋଲିଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.