ETV Bharat / state

ଘନେଇଲା କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବିବାଦ, ଅଭିଯୋଗ ଆଣିଲେ ସଦସ୍ୟ - କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବିବାଦ

ଘନେଇଲା କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବିବାଦ । ମନମୁଖୀ କାର୍ଯ୍ୟ ପାଇଁ ସଂଘର ସଭାପତି ଓ ସମ୍ପାଦକ ବିରୋଧରେ ଅଭିଯୋଗ ଆଣିଲେ ଉପସଭାପତି, କୋଷାଧ୍ୟକ୍ଷ ଓ କାର୍ଯ୍ୟକାରୀ ସଭାପତି ।

Kendujhar District Truck Owners' Association
କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବିବାଦ
author img

By

Published : May 24, 2020, 3:28 PM IST

ଆନନ୍ଦପୁର : ରାଜ୍ୟର ଅନ୍ୟତମ ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଏବେ ବିବାଦୀୟ ପରିସ୍ଥିତି ଦେଖା ଦେଇଛି। ସଂଘର କାର୍ଯ୍ୟଧାରାକୁ ନେଇ ନିର୍ଦ୍ଧିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ହେବ ଅସନ୍ତୁଷ୍ଟ ରହିଛନ୍ତି। ଏହାକୁ ନେଇ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଦାବି କରାଯାଇଥିଲା । ଏନେଇ ଆଜି ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଠାରେ ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ପଦ୍ମଲୋଚନ ସାହୁ ଓ କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର ଓ କାର୍ଯ୍ୟକାରି ସଦସ୍ୟ ରଞ୍ଜନ କୁମାର ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଓ ସମ୍ପାଦକଙ୍କୁ ଟାର୍ଗେଟ କରିଥିଲେ । ସାମ୍ବାଦିକ ସମ୍ମିଳନୀରେରେ ସଭାପତି ଓ ସମ୍ପାଦକ କ୍ଷମତା ବିକେନ୍ଦ୍ରୀକରଣ ନ କରି ସମସ୍ଥ କ୍ଷମତାକୁ ନିଜ ନିଜ ମଧ୍ୟରେ ସୀମିତ ରଖିବା ସହ କ୍ଷମତାର ଦୂରୁପଯୋଗ କରୁଥିବା ଅଭିଯୋଗ କରିଥିଲେ ।

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବିବାଦ

ସେହିପରି ଟ୍ରକ ମାଲିକ ସଂଘ ଏବେ ମାଲିକଙ୍କ ସ୍ବାର୍ଥ ପାଇଁ ନୁହେଁ ବରଂ ଟ୍ରାନ୍ସପୋଟରଙ୍କ ହିତରେ କାମ କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ଆର୍ଥିକ କାରବାରରେ ଅନିୟମିଚତା ହୋଇଥିବା ଅଭିଯୋଗରେ ଏହି ଅସନ୍ତୁଷ୍ଟ କର୍ମକର୍ତ୍ତା ମାନେ ଅଡିଟ ଦାବି କରିଥିଲେ ମଧ୍ୟ ସମ୍ପାଦକ ଫାଇଲ ଦେଉନଥିବାରୁ ଅଡିଟ ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର । ସେପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ । ଗୋଟିଏପଟେ ପାରାଦୀପ ଠାରେ କେନ୍ଦୁଝର ଟ୍ରକ ଖାଲି ନହେବା ଘଟଣାକୁ ନେଇ ଜିଲ୍ଲା ଟ୍ରକ ମାଲିକ ମାନେ ଚିନ୍ତାରେ ଥିବାବେଳେ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ମଧ୍ୟରେ ଉପୁଜୁଥିବା ଏଭଳି ବିବାଦ ଆହୁରି ଚିନ୍ତାରେ ପକାଇଛି ।

ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.