ETV Bharat / state

ମୋଦି ସରକାର ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି: କେନ୍ଦ୍ରଝର ବିଜେପିର ବିଭିନ୍ନ ପ୍ରସ୍ତୁତି

author img

By

Published : Jun 3, 2022, 10:03 PM IST

କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ ଅବସରରେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ କେନ୍ଦ୍ରଝରରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଛି କେନ୍ଦୁଝର ବିଜେପି । ଅଧିକ ପଢନ୍ତୁ

ମୋଦି ସରକାର ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି: କେନ୍ଦ୍ରଝର ବିଜେପିର ବିଭିନ୍ନ ପ୍ରସ୍ତୁତି
ମୋଦି ସରକାର ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି: କେନ୍ଦ୍ରଝର ବିଜେପିର ବିଭିନ୍ନ ପ୍ରସ୍ତୁତି

କେନ୍ଦୁଝର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂରଣ କରିଛି । ଏହି ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଛି କେନ୍ଦୁଝର ବିଜେପି । ଆଜି(ଶୁକ୍ରବାର) ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକଙ୍କୁ ଉଦବୋଧନ ଦେଇ କେନ୍ଦ୍ରର ଲୋକହିତକର ଯୋଜନା ବିଷୟରେ ଆଲୋଚନା କରିଥିଲେ । କେନ୍ଦ୍ରର ସମସ୍ତ ଯୋଜନାକୁ ରାଜ୍ୟ ସରକାର ନିଜ ନାଁ ଲଗାଇ ହଡପ କରୁଥିବା ଅଭିଯୋଗ କରିଥିଲେ ମୋହନ ମାଝୀ । ସେହିପରି କେନ୍ଦ୍ର ଯୋଜନାରେ ପ୍ରସ୍ତୁତ ହୋଇଥିବା ଜିଲ୍ଲା ଖଣିଜ ପାଣ୍ଠିର ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହଯୋଗରେ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ । ଆସନ୍ତା ୧୫ ଦିନ ମଧ୍ୟରେ କେନ୍ଦ୍ରର ସମସ୍ତ ଯୋଜନାକୁ ଗ୍ରାମ ସ୍ତରରେ ପହଞ୍ଚାଇବା ପାଇଁ ଜନଚେତନା କାର୍ଯ୍ୟକ୍ରମ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ବିଧାୟକ ମୋହନ ଚରଣ ମାଝୀ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.