ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏସପି ଅଫିସ ଘେରିଲା ବିଜେପି

author img

By

Published : Nov 1, 2021, 9:32 PM IST

କେନ୍ଦୁଝରରେ ଜିଲ୍ଲା ଏସପି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରି SP କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏସପି ଅଫିସ ଘେରିଲା ବିଜେପି
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏସପି ଅଫିସ ଘେରିଲା ବିଜେପି

କେନ୍ଦୁଝର: ମମିତା ମେହେର ଘଟଣା ଥମିବା ନାଁ ଧରୁନି । ଏହି ଘଟଣାର ମୁଖ୍ୟ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବି କରି ବିଜେପି ସାରା ରାଜ୍ୟରେ ଧାରଣା ସତ୍ୟାଗ୍ରହ ପାଳନ କରୁଛି । ସେହିପରି କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଏସପି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଛି । ସଦର ବିଧାୟକ ମୋହନ ମାଝୀଙ୍କୁ ବୋମା ମାଡ ହେଉ କି ଆଦିବାସୀ ନେତା ମୁନା ପୂର୍ତ୍ତିଙ୍କୁ ମିଛ କେସ ଦେଇ ଫସେଇବା କିମ୍ବା ଜିଲ୍ଲାରେ ଚାରି ଦିନରେ ଚାରିଟା ଦୁଷ୍କର୍ମ, ସବୁଥିରେ ପୋଲିସ ହାତ ଖାଲି ଥିବା ଅଭିଯୋଗ କରିଛି ବିଜେପି ।

ଏହିସବୁ ଘଟଣାକୁ ଜିଲ୍ଲା ଏସପି ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଜିଲ୍ଲା ପ୍ରଶାସନର ଅପାରଗତାକୁ ନେଇ ଏସପି ଓ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି ବିଜେପି । ଏନେଇ ଆଜି(ସୋମବାର) ଏସପି କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଏହି ଘେରାଉକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଅଫିସ ଓ ସହରର ବିଭିନ୍ନ ସ୍ଥାନରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେପି କର୍ମୀ ବାରିକେଟ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଜିଲ୍ଲା ସଭାପତି ଓ କିଛି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିବା ପ୍ରତିବାଦରେ ନ୍ୟାୟ ପାଇବା ଦାବି କରି ବିଜେପି କର୍ମୀ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.