ବରଗଡ: ସହରାଞ୍ଚଳର ହିତାଧିକାରୀଙ୍କ ନାଁରେ କାଳିଆ ଯୋଜନାରେ ସାମିଲ କରିବାକୁ ବରଗଡ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ମଧ୍ୟ ଗ୍ରାମାଞ୍ଚଳର ଗରିବ ଚାଷୀ ଓ ଭୂମିହୀନଙ୍କ ପରି ସମାନ ସୁବିଧା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।
ପୂର୍ବରୁ ରାଜ୍ୟର ସମସ୍ତ ଚାଷୀ, ଦିନମଜୁରିଆ ଓ ଭୂମିହୀନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା । ମାତ୍ର ନିର୍ବାଚନ ଶେଷ ହେବା ପରେ କାଳିଆ ଯୋଜନାରେ ସାମିଲ ହୋଇ ନାହାଁନ୍ତି ସହରାଞ୍ଚଳର ହିତାଧିକାରୀ । ଏହାଦ୍ବାରା ବରଗଡ଼ ସହରର ବହୁ ଭୂମିହୀନ ଗରିବ ହିତାଧିକାରୀ କାଳିଆ ଯୋଜନାରୁ ବଞ୍ଚିତ ଅଛନ୍ତି ।
ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ସହରାଞ୍ଚଳର ବହୁ ହିତାଧିକାରୀ ବରଗଡ ଜିଲ୍ଲାପାଳଙ୍କ ନିକଟରେ ଶୁକ୍ରବାର ଦିନ ଅଭିଯୋଗ ନେଇ ପହଞ୍ଚିଥିଲେ । ଏହାସହ ସରକାର ଶୀଘ୍ର ସହରାଞ୍ଚଳର ହିତାଧିକାରୀଙ୍କ ନାଁମ କାଳିଆ ଯୋଜନାରେ ସାମିଲ କରିବାକୁ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଆମ ଆଦମୀ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ