କେନ୍ଦୁଝର: ସାରା ଦେଶରେ ଏବେ ପୂଜାର ମାହୋଲ । ବିଘ୍ନ ନାଶକ ଗଣେଶ ପୂଜା ପରେ ଦୁର୍ଗାପୂଜା ଏବଂ ଏବେ ଆରମ୍ଭ ହୋଇଛି କାଳୀପୂଜା। ରବିବାର ଆଲୋକର ପର୍ବ ଦୀପାବଳି । ଏହି ଦୀପାବଳି ଠାରୁ କାଳୀପୂଜା ଆରମ୍ଭ ହୋଇଥାଏ। କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ କାଳୀ ମେଢ଼ ପ୍ରସ୍ତୁତ ହୋଇଛି । ସୁନ୍ଦର ମେଢ଼ ସାଙ୍ଗକୁ ସୁନ୍ଦର ତୋରଣ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।
କେନ୍ଦୁଝର ସହରରେ କାଳୀ ପୂଜା ଏକ ପ୍ରକାର ଧୁମଧାମରେ ପାଳିତ ହେଉଥିବାରୁ ସେଥିପାଇଁ ସବୁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । କେନ୍ଦୁଝରର ସର୍ବପୁରାତନ କାଳୀ ମେଢ଼ ଶ୍ୟାମା କାଳୀ, କାଶୀପୁର କାଳୀ, ନେତ୍ରା କାଳୀ, ମାଇଁନିଂ ଆଦି ସ୍ଥାନରେ କାଳୀ ମେଢ଼ ପ୍ରସ୍ତୁତି ଶେଷ ହୋଇଛି । ରବିବାର ରାତିର ନିଶାର୍ଦ୍ଧରେ ମାଆଙ୍କ ଆବାହନ ପରେ ସୋମବାର ଠାରୁ ପୂଜା ଆରମ୍ଭ ହେବ । ସ୍ଥାନୀୟ କାଳୀ ପଡିଆ ଠାରେ ଏହି ପୂଜା ଉପଲକ୍ଷେ ମିନା ବଜାରର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ