ନୟାଗଡ: ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । କେନ୍ଦ୍ରାପଡାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘ ତରଫରୁ ନୟାଗଡ ସହର ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।
ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଓ ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଅନୱାର ଅଲ୍ଲୀଙ୍କ ସହ ନୟାଗଡ ଜିଲ୍ଲାର ୮ ଗୋଟି ବ୍ଲକର ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ l
ଓଡ଼ିଶାରେ ଯେଉଁଭଳି ଭାବେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି ସେଥିପାଇଁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା ସହିତ କିପରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପାଇଁ ଦାବି କରିଛନ୍ତି l
ଏନେଇ କେନ୍ଦ୍ରାପଡ଼ାରେ ଜଣେ ମହିଳା କନେଷ୍ଟବଳ ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ଆକ୍ରମଣ କଲେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ