ETV Bharat / state

ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଲୋଚନାଚକ୍ର ଆୟୋଜିତ - ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ଓଡ଼ିଶା

'ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ଓଡ଼ିଶା'ର କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ‘ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ ସଙ୍କଟରେ ସାମ୍ବାଦିକତା ’ ମୁଖ୍ୟ ବିଷୟ ଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Aug 12, 2019, 1:35 AM IST

ଆନନ୍ଦପୁର: ସ୍ଥାନୀୟ ଆନନ୍ଦ ଭବନଠାରେ 'ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ଓଡ଼ିଶା'ର ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ‘ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ ସଙ୍କଟରେ ସାମ୍ବାଦିକତା’ ବିଷୟ ଶୀର୍ଷକ ରହିଥିଲା । ଏହି ଆଲୋଚନାଚକ୍ରରେ ଜିଲ୍ଲାର ଅନେକ ସାମ୍ବାଦିକମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆନନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଅନୀଲ କୁମାର ସାହୁ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାସଂଘ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ଲୋକନାଥ ସିଂ, ସୁବାସ ମହାପାତ୍ର ଓ ଯାଜପୁର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକମାନଙ୍କର ଏକତାର ଅଭାବକୁ ଗୁରୁତ୍ଵ ଦେବା ସହ ସମସ୍ତ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଏଠାରେ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସେପଟେ କିଛି ସ୍ଥାନରେ ସାମ୍ବାଦିକଙ୍କୁ ସମାଜରେ ଉପେକ୍ଷିତ କରାଯାଉଛି ତ ପୁଣି କେଉଁଠି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଉଛି ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ତେଣୁ ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଏକତ୍ରିତ ହେବା ସହ ସେମାନଙ୍କୁ କିଭଳି ଭାବରେ ସୁରକ୍ଷା ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମ୍ବାଦିକମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ ।

ସାମାଜିକ କ୍ଷେତ୍ରରେ ସାମ୍ବାଦିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ କିଭଳି ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବେ ଏହା ଆଲୋଚନାଚକ୍ରର ମୁଖ୍ୟ ବିଷୟବସ୍ତୁ ରହିଥିଲା । ବହୁ ସାମ୍ବାଦିକମାନେ ଉପରୋକ୍ତ ବିଷୟବସ୍ତୁ ଉପରେ ନିଜର ମତ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ରାଉତଙ୍କୁ ନିଜର ସଫଳ ସାମ୍ବାଦିକତା ପାଇଁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଆଜି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଆନନ୍ଦପୁରସ୍ଥିତ ଆନନ୍ଦଭବନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସାମ୍ପ୍ରତିକ ‘ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ ସଙ୍କଟରେ ସାମ୍ବାଦିକତା ’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ଜିଲ୍ଲାର ଅନେକ ସାମ୍ବାଦିକ ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆନନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଅନୀଲ କୁମାର ସାହୁ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାସଂଘ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ଲୋକନାଥ ସିଂ, ସୁବାସ ମହାପାତ୍ର ଓ ଯାଜପୁର ଜିଲ୍ଲା ସଂମ୍ପାଦକ ଦିଲ୍ଲୀପ ଦାଶ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ଏକତାର ଅଭାବକୁ ଗୁରୁତ୍ଵ ଦେବା ସହ ସମସ୍ତ ସାମ୍ବାଦିକ ମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବା ବେଳେ କେଉଁଠି ସାମ୍ବାଦିକଙ୍କୁ ସମାଜରେ ଉପେକ୍ଷିତ କରାଯାଉଛି ତ ପୁଣି କେଉଁଠି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଉଛି ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ । ତେଣୁ ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଏକତ୍ରିତ ହେବା ସହ ସେମାନଙ୍କୁ କିଭଳି ଭାବରେ ସୁରକ୍ଷା ଦିଆଯିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେ ସମ୍ପର୍କରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ କ୍ଷେତ୍ରରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ କିଭଳି ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବେ ଏହା ଆଲୋଚନାଚକ୍ରର ମୁଖ୍ୟ ବିଷୟବସ୍ତୁ ଥିଲା । ବହୁ ସାମ୍ବାଦିକ ମାନେ ଉପରୋକ୍ତ ବିଷୟବସ୍ତୁ ଉପରେ ନିଜର ମତ ପ୍ରଦାନ କରଖିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ରାଉତଙ୍କୁ ନିଜର ସଫଳ ସାମ୍ବାଦିକତା ପାଇଁ ମୁଖ୍ୟଅତିଥିଙ୍କ ଦ୍ୱାରା ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ସ୍ଵାଇଁ, ନାରାୟଣ ପଣ୍ଡା, ନିରାକାର ଦଳେଇ, ସତ୍ୟରଂଜନ ଦାସ, ଅନନ୍ତ ଦେହୁରୀ, ସଞ୍ଜୟ ଓଝା, ନରହରି ନାଥ ଓ ହରେକୃଷ୍ଣ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ସାମ୍ବାଦିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.