କେନ୍ଦୁଝର: ବୋଲେରୋ ଧକ୍କାରେ ଝୁମ୍ପୁରା ଥାନା ଏଏସଆଇଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବାଇପାସ୍ ନିକଟରେ ।
ସୂଚନା ଅନୁଯାୟୀ, ଏଏସଆଇ ମୋରିସ କୁଜୁର କଣାପଶି ଗ୍ରାମକୁ ଏକ ଏକାଦଶ କ୍ରିୟା ନିମନ୍ତେ ଯାଇଥିଲେ । ସେଠାରୁ ବାଇକ୍ ଯୋଗେ ଥାନାକୁ ଫେରୁଥିବାବେଳେ 2ନଂ ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା ।
ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ପୂର୍ବରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ