ETV Bharat / state

4 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ 100 କିମିର ପଦଯାତ୍ରା

ଅଭିନବ ପ୍ରତିବାଦ ,ଶହେ କିଲୋମିଟର ଚାଲି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ୪୯ ନମ୍ବର ଜାତୀୟ ରାଜପଥ ର ଦୂରାବସ୍ଥା ନେଇ ଧନେଇ ଯୁବକ ସଂଘର ନିଆରା ପ୍ରତିବାଦ । ଅଧିକ ପଢନ୍ତୁ....

Innovative protest in keonjhar by youth organization
4 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ 100 କିମିର ପଦଯାତ୍ରା
author img

By

Published : Oct 5, 2020, 11:51 AM IST

Updated : Oct 5, 2020, 12:34 PM IST

କେନ୍ଦୁଝର: ଜାତୀୟ ରାଜପଥର ଦୂରାବସ୍ଥା କାରଣରୁ ପ୍ରତିଦିନ ଘଟୁଛି ଦୁର୍ଘଟଣା । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ-ନେଇ ଅଭିନବ ପ୍ରତିବାଦ କରାଯାଇଛି । ଯୁବକ ସଂଘ ଶହେ କିଲୋମିଟର ଚାଲି କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଅସମ୍ପୂର୍ଣ୍ଣ ସଡ଼କ କାରଣରୁ ବେଲବାହାଳିରେ ପୋଲ ମଧ୍ୟ ଜାମ ସରୁନାହିଁ । ଦୀର୍ଘଦିନ ପରେ ମଧ୍ୟ ଆନନ୍ଦପୁର ସବଡିଭିଜନକୁ କି ଚମ୍ପୁଆକୁ ରେଳପଥ ସଂଯୋଗ ହୋଇପାରିନାହିଁ । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ବୃହତ ଇସ୍ପାତ ପ୍ରକଳ୍ପ ମଧ୍ୟ ହେଇ ପାରିନାହିଁ । ଏନେଇ ଅଭିଯୋଗ କରିଛି ଆନନ୍ଦପୁରର ଧନେଇ ଯୁବକ ସଂଘ ।

4 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ 100 କିମିର ପଦଯାତ୍ରା

ଚାରି ଦଫା ଦାବି ନେଇ ଧନେଇ ଯୁବକ ସଂଘ ପକ୍ଷରୁ ଅକ୍ଟୋବର ୨ ଠାରୁ ଶୋଭାଯାତ୍ରାରେ ବାହାରି ଦୀର୍ଘ ଶହେ କିଲୋମିଟର ଚାଲି କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲେ । ଏହି ସଂଘକୁ ସମର୍ଥନ କରି ଜିଲ୍ଲାର ବହୁ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ସୋମବାର ଏହି ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଧାରଣାରେ ବସିଥିଲେ । ଏହି ଚାରିଦଫା ଦାବି ନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ସାତ ଦିନ ମଧ୍ୟରେ ଏହି ଦାବି ଗୁଡିକ ପୂରଣ ନକଲେ ଆମରଣ ଅନଶନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 5, 2020, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.