ETV Bharat / state

ରାକ୍ଷୀ ପୂର୍ଣ୍ଣିମା ପାଳନ ନେଇ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ନିଆରା ପ୍ରୟାସ - Self Help Group

ରାକ୍ଷୀ ପୂର୍ଣ୍ଣିମା ପାଳନ ନେଇ ସବୁଠି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧିବାକୁ ଦୋକାନ ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରାକ୍ଷୀ ପୂର୍ଣ୍ଣିମା ପାଳନ ନେଇ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ନିଆରା ପ୍ରୟାସ

author img

By

Published : Aug 17, 2021, 10:51 PM IST

କେନ୍ଦୁଝର: ରାକ୍ଷୀ ପୂର୍ଣ୍ଣିମା ପାଳନ ନେଇ ଗାଁଠୁ ସହର ସବୁଠି ପସ୍ତୁତି ଆରମ୍ଭ ହୋଇଯାଇଛି । ଆଉ କିଛି ଦିନ ପରେ ଆସିବ ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପର୍ବ ପାଇଁ ସହରରୁ ଗାଁ ସବୁ ସ୍ଥାନରେ ରାକ୍ଷୀ ଦୋକାନ ଗୁଡିକରେ ରାକ୍ଷୀ ବିକ୍ରି ଆରମ୍ଭ ହୋଇଗଲାଣି ।

ରାକ୍ଷୀ ପୂର୍ଣ୍ଣିମା ପାଳନ ନେଇ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ନିଆରା ପ୍ରୟାସ

ଆଉ ଏହି ପର୍ବ ପାଇଁ ମଧ୍ୟ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ରାକ୍ଷୀ ଦୋକାନ ମଧ୍ୟ ଖୋଲା ହୋଇଛି । କିନ୍ତୁ ଏହି ରାକ୍ଷୀ ଦୋକାନ ଅନ୍ୟ ଦୋକାନ ତୁଳନାରେ ନିଆରା । ଏହି ଦୋକାନରେ ବିକ୍ରି ଆରମ୍ଭ ହୋଇଛି ପେପର ମ୍ୟାଚ ଦ୍ୱାରା ନିର୍ମିତ ନିଆରା ରାକ୍ଷୀ । ଏହି ରାକ୍ଷୀକୁ ତିଆରି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ।

ସେପଟେ ମିଶନ ଶକ୍ତି ଓ ଓରମାସ(ORMAS) ସହାୟତାରେ ଏହି ଦୋକାନର ନାଁ ଦିଆଯାଇଛି ନିଆରା ରାକ୍ଷୀର ସମ୍ଭାର । ଏହି ନିଆରା ରାକ୍ଷୀ ସହ ପେପର ମ୍ୟାଚି ଦ୍ୱାରା ନିର୍ମିତ ଗିଫ୍ଟ ବକ୍ସ ମଧ୍ୟ ବିକ୍ରି ହେଉଛି । ଏହା ସହ ମିଶନ ଶକ୍ତି ସଦସ୍ୟାଙ୍କ ଦ୍ଵାରା ନିର୍ମିତ ମାଣ୍ଡିଆ ଲଡୁ ମଧ୍ୟ ବିକ୍ରି କରାଯାଉଛି । ଏହି ନିଆରା ଢଙ୍ଗରେ ନିର୍ମିତ ଦୋକାନରୁ ବେଶ ଲାଭବାନ ହେବେ ବୋଲି ସଦସ୍ୟା ମାନେ ଆଶା ରଖିଛନ୍ତି । ଏହି ନିଆରା ଦୋକାନରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.