କେନ୍ଦୁଝର: ବେଆଇନ ଭାବେ ତମାଖୁ ଓ ପାନ ମସଲା ପରିବହନ ସମୟରେ ଚଢ଼ାଉ । ନଗଦ ଟଙ୍କା ସହ ପାନ ଏବଂ ତମାଖୁ ବସ୍ତା ଜବତ । ଦିଲ୍ଲୀରୁ ଭୁବନେଶ୍ବର ହେଉଥିଲା ଚାଲାଣ ।
ବଡ଼ବିଲ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ ସଫଳତା । ଦିଲ୍ଲୀରୁ ବେଆଇନ ଭାବେ ତମାଖୁ ଓ ପାନ ମସଲା ପରିବହନ ସମୟରେ ଚଢ଼ାଉ କରି 320 ବସ୍ତା ପାନ ମସଲା ଓ 32 ବସ୍ତା ତମାଖୁ ଜବତ କରିଛି ବିଭାଗ । ଏଥିସହ ଗାଡି କାଗଜ ପତ୍ର ନ ଥିବା ଏବଂ ବେଆଇନ ସାମଗ୍ରୀ ଚାଲାଣ ଅଭିଯୋଗରେ 44 ଲକ୍ଷ 64 ହଜାର 272 ଟଙ୍କା ଜରିମାନା ଆଦାୟ ହୋଇଛି ।
ଗାଡିଟି ଦିଲ୍ଲୀରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ଛିଡା ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ବାଣିଜ୍ୟକର ଓ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ଚଢ଼ାଉ କରିଥିଲେ । ଠକେଇ ବାବଦରେ ଆଦାୟ ଜରିମାନା ଦିଲ୍ଲୀକୁ ପଠାଯିବା ପରେ ଗାଡିକୁ ଛଡା ଯାଇଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ