ETV Bharat / state

ବେଆଇନ ଖଣିଖନନ, ୩ଖଣିର ସମ୍ପତ୍ତି ଜବତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ସମ୍ପତି ବ୍ୟାଜାପ୍ତ

ବେଆଇନ ଖଣିଖନନ ନେଇ 3 ଖଣିର ଶୁଣାଣି । ୩ଟି ଖଣିର ଲିଜଧାରୀ ମାନଙ୍କର ସମ୍ପତ୍ତି ବ୍ୟାଜାପ୍ତ ପାଇଁ ୱାରେଣ୍ଟ ଜାରି କଲେ ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 17, 2019, 6:11 PM IST

କେନ୍ଦୁଝର: ବେଆଇନ ଖଣିଖନନ ନେଇ ଶୁଣାଣି । ଶନିବାର 3ଟି ଖଣି ସମ୍ପର୍କରେ ଶୁଣାଣି ହୋଇଛି । ବି.କେ ମହାନ୍ତି, ଭଞ୍ଜ ମିନେରାଲସ ଏବଂ ବାସୁଦେବ ଅଗ୍ରୱାଲ ଖଣିର ଚୂଡାନ୍ତ ଶୁଣାଣି ହୋଇଛି । ଏହି ୩ଟି ଖଣିର ଲିଜଧାରୀ ମାନଙ୍କ ସମ୍ପତ୍ତି ବ୍ୟାଜାପ୍ତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ୩ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିବାବେଳେ ସମସ୍ତ ଖଣି ଲିଜଧାରୀ ହାଜର ହୋଇଥିଲେ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ଜୋରିମାନା ଦେଇ ନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା ।

ଯାହାକୁ ନେଇ ଖଣି କମ୍ପାନୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା । କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି ।

ଏଥିପାଇଁ ଜିଲ୍ଲାମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ମେ ୨୪ ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଖଣି ଲିଜଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋର୍ଟ ଶନିବାର ଶୁଣାଣି କରି ୩ଟି ଖଣି ମାଲିକଙ୍କ କେସର ଶୁଣାଣି ଚୂଡାନ୍ତ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବେଆଇନ ଖଣି ଖନନ ନେଇ ଆଜି ୩ ଖଣିର ଶୁଣାଣି । ୩ ଖଣିର ସମ୍ପତି ଜବତ ପାଇଁ ନିର୍ଦ୍ଦେଶBody:
ଆଙ୍କର-କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ରେ ଆଜି ୩ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ ସମସ୍ତ ଖଣି ଲିଜ ଧାରୀ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟ ର ନିର୍ଦ୍ଧେଶ ମତେ ଜୋରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଜଣ ମାଲିକ ଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା । କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି। ଏଥିପାଇଁ ଜିଲ୍ଲାମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ମେ ୨୪ ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଖଣି ଲିଜଧାରି ପକ୍ଷ ରଖିବାରେ ଖିଲାପ କଲେ ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋର୍ଟ ଆଜି ଶୁଣାଣି କରି ୩ଟି ଖଣି ମାଲିକଙ୍କ କେଶ ର ଶୁଣାଣି ଚୂଡାନ୍ତ ହୋଇଛି । ଶୁଣାଣି ଚୂଡାନ୍ତ ହୋଇଥିବା ଖଣି ଗୁଡିକ ହେଲା ବି କେ ମହାନ୍ତି, ଭଞ୍ଜ ମିନେରାଲସ ଏବଂ ବାସୁଦେବ ଅଗ୍ରୱାଲ । ଏହି ୩ ଟି ଖଣିର ଲିଜଧାରୀ ମାନଙ୍କ ର ସମ୍ପତି ବ୍ୟାଜାପ୍ତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲା ମାଜିଷ୍ଟ୍ରେଟ ।
ବାଇଟ- ଆଶିଷ ଠାକରେ (ଜିଲା ମାଜିଷ୍ଟ୍ରେଟ ଓ,ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.