ETV Bharat / state

ଥମୁନି ବେଆଇନ ଗୋ-ଚାଲାଣ, କଣ୍ଟେନରରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

author img

By

Published : Jul 4, 2021, 1:09 PM IST

କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ଗୋଟିଏ କଣ୍ଟେନରରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଥମୁନି ବେଆଇନ ଗୋ ଚାଲାଣ, ୧୦୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

କେନ୍ଦୁଝର: ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ଆଜି(ରବିବାର) ସକାଳୁ ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ଗୋଟିଏ କଣ୍ଟେନରରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । କଣ୍ଟେନରଟି ଗୋରୁଙ୍କୁ ନେଇ ରାତିରେ ଯାଉଥିବା ବେଳେ ବାଟରେ ଖରାପ ହୋଇଯିବାରୁ ଡ୍ରାଇଭର ଭୟରେ ଗାଡିକୁ ଛାଡି ପଳାଇଥିଲା । ତେବେ ସମସ୍ତ ଗୋରୁଗୁଡିକୁ ସୁରକ୍ଷିତ ଭାବେ ଗାଁ ଲୋକେ ଉଦ୍ଧାର କରିଛନ୍ତି । ସେଥି ମଧ୍ୟରୁ ତିନୋଟି ଗୋରୁଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଓ ଗୋରୁଗୁଡିକୁ ନିଜ ହେପାଜତକୁ ନେଇଛି । ପ୍ରକାଶ ଯେ, ଉକ୍ତ ରାସ୍ତା ଦେଇ ପ୍ରତିଦିନ ବେଆଇନ ଗୋରୁ ବୋଝେଇ ଟ୍ରକ ଯାଉଥିବ ବାରମ୍ବାର ଅଭିଯୋଗ ହୋଇଆସୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.