ETV Bharat / state

ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ - କେନ୍ଦୁଝରରେ 3 ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୋରିମାନା ଦେଇ ନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କ ନାଁରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଆଜି ୩ ଜଣ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ ସମସ୍ତ ଖଣି ଲିଜଧାରୀ ହାଜର ହୋଇଛନ୍ତି । ଅଧିକ ପଢନ୍ତୁ...

3 illegal mines
କେନ୍ଦୁଝରରେ 3 ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
author img

By

Published : Feb 1, 2020, 4:11 PM IST

କେନ୍ଦୁଝର: ଜିଲ୍ଲାପାଳଙ୍କ କୋର୍ଟରେ ଆଜି ୩ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ ସମସ୍ତ ଖଣି ଲିଜଧାରୀ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟର ନିର୍ଦେଶନୁଯାୟୀ ଜୋରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା ।

କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ ମେ ୨୪ରେ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଖଣି ଲିଜଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇତି ମଧ୍ୟରେ କେତେକ ଖଣି ଲିଜଧାରୀ ୭୧୦ କୋଟି ଟଙ୍କା କୋର୍ଟରେ ଜମା କରି ସାରିଲେଣି । ତେବେ କୋର୍ଟ ଆଜି ଶୁଣାଣି କରି ୩ ଖଣି ମାଲିକଙ୍କ କେସର ଶୁଣାଣି ଚୂଡାନ୍ତ କରିଛି ।

କେନ୍ଦୁଝରରେ 3 ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ଶୁଣାଣି ଚୂଡାନ୍ତ ହୋଇଥିବା ଖଣି ଗୁଡିକ ହେଲା ଏଚଜି ପାଣ୍ଡିଆ, ବିପିଏମଇ ଓ ଏସସିପାଢୀ । ଏଚଜି ପାଣ୍ଡିଆ ଏବଂ ଅନ୍ୟମାନଙ୍କର ୯୨ କୋଟି ୬୬ ଲକ୍ଷ ୨୧ ହଜାର ୪୮୩ , ବିପିଏମଇର ୨୪୧ କୋଟି, ଏସସି ପାଢୀର ୨୮ କୋଟି ୪୫ ଲକ୍ଷ ୯୫ ହଜାର ୮୬୬ ଟଙ୍କା ବକେୟା ରହିଛି । ଏହି ଲିଜଧାରୀ ଜୋରିମାନା ଦାଖଲ ନକରିବାରୁ ଏହି ୩ଟି ଖଣିର ଲିଜଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବେଆଇନ. ଖଣି ଖନନ ନେଇ ଆଜି ୩ ଖଣିର ଶୁଣାଣି । ୩ ଖଣିର ସମ୍ପତି ଜବତ ପାଇଁ ନିର୍ଦ୍ଦେଶ- Body:ଆଙ୍କର-କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ରେ ଆଜି ୩ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ ସମସ୍ତ ଖଣି ଲିଜ ଧାରୀ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟ ର ନିର୍ଦ୍ଧେଶ ମତେ ଜୋରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଜଣ ମାଲିକ ଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା । କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି। ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ମେ ୨୪ ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଖଣି ଲିଜଧାରି ପକ୍ଷ ରଖିବାରେ ଖିଲାପ କଲେ ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇତି ମଧ୍ୟରେ କେତେକ ଖଣି ଲିଜଧାରି ୭୧୦ କୋଟି ଟଙ୍କା କୋଟ ରେ ଜମା କରି ସାରିଲେଣି ।ତେବେ କୋର୍ଟ ଆଜି ଶୁଣାଣି କରି ୩ଟି ଖଣି ମାଲିକଙ୍କ କେଶ ର ଶୁଣାଣି ଚୂଡାନ୍ତ କରିଛି। ଶୁଣାଣି ଚୂଡାନ୍ତ ହୋଇଥିବା ଖଣି ଗୁଡିକ ହେଲା ଏଚ ଜି ପାଣ୍ଡିଆ , ବିପିଏମ ଇ , ଓ ଏସ ସି ପାଢୀ। ଏଚ ଜି ପାଣ୍ଡିଆ ଏବଂ ଅନ୍ୟମାନଙ୍କର ୯୨ କୋଟି ୬୬ ଲକ୍ଷ ୨୧ ହଜାର ୪୮୩ , ବିପିଏମ ଇର ୨୪୧ କୋଟି ଓ ଏସ ସି ପାଢୀ ର ୨୮ କୋଟି ୪୫ ଲକ୍ଷ ୯୫ ହଜାର ୮୬୬ ଟଙ୍କା ବକେୟା ରହିଛି । ଏହି ଲିଜ ଧାରି ମାନେ ଜରିମାନା ଦାଖଲ ନ କରିବାରୁଏହି ୩ ଟି ଖଣିର ଲିଜଧାରୀ ମାନଙ୍କ ର ସମ୍ପତି ବ୍ୟାଜାପ୍ତ ପାଇଁ ୱାରେଣ୍ଟ ଜାରି କରିଛି ଜିଲା ମାଜିଷ୍ଟ୍ରେଟ ।
ବାଇଟ- ଆଶିଷ ଠାକରେ (ଜିଲା ମାଜିଷ୍ଟ୍ରେଟ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.