କେନ୍ଦୁଝର: ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ୧୯ ଜଣ ବ୍ୟକ୍ତିଙ୍କୁ କେନ୍ଦୁଝର ଏସ୍ପି ଜୟନାରାୟଣ ପଙ୍କଜ ସୋମବାର ୨ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଠିକ ସମୟରେ ମେଡିକାଲରେ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ।
ଏହି ଅବସରରେ ଡିଏସ୍ପି(କ୍ରାଇମ) ସୁରେଶ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ