କେନ୍ଦୁଝର: ଦୁଇ ଦିନର ଅବିଶ୍ରାନ୍ତ ବର୍ଷାରେ ଜଳମଗ୍ନ କେନ୍ଦୁଝର । ରାସ୍ତାଘାଟ, ପୋଲ ସବୁଠି ପାଣି ଆଉ ପାଣି । ସ୍ଥିତି ଏପରି ଯେ, ଘର ଭିତରେ ପାଣି ପଶିବାରେ ଲାଗିଲାଣି । ଏପଟେ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ ସହରର ମାଗୁରଗଡ଼ିଆ ସ୍ଥିତ ଅଙ୍ଗନବାଡିରେ ତାଲା ଝୁଲୁଛି ।
ରାସ୍ତାରେ ପାଣି ଆଣ୍ଠୁଏ ରହିଥିବାରୁ ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ଆସି ପାରୁନାହାନ୍ତି । ଏହାସହ ସହରର ସ୍ପଞ୍ଜ , ବାନାର୍ଜୀ କଲୋନୀ ଆଦିରେ ବର୍ଷା ଜଳ ନିଷ୍କାସନ ହେଇପାରୁ ନାହିଁ । ଫଳରେ ଏଠାକାର ବାସିନ୍ଦା ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୌରପାଳିକା ଅଧିକାରୀଙ୍କୁ ପଚାରିବାରୁ ପାଣି ନିଷ୍କାସନ କାର୍ଯ୍ୟ ଚାଲିଥିବା ନେଇ ସେ କହୁଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ