ETV Bharat / state

ସ୍ୱାସ୍ଥ୍ୟକର୍ମୀଙ୍କୁ ଅତ୍ୟାଚାର ଅଭିଯୋଗ, ହକ୍‌ ମାଗିଲେ ମିଳୁଛି ଧମକ - keonjhar ranki covid hospital

କୋଭିଡ ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଅତ୍ୟାଚାର ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରତିଶୃତି ଦେଇ ପ୍ରତିଶ୍ରୁତି ରଖୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦୁଝରର ରାଙ୍କି ସ୍ଥିତ କୋଭିଡ଼ ମେଡ଼ିକାଲରେ ସାଧାରଣ ସେବା ଓ ହାଉସ କିପିଂ ପାଇଁ କାର୍ଯ୍ୟକରୁଥିବା ସ୍ଥାନୀୟ ପିଲା ।

କୋଭିଡ ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅତ୍ୟାଚାର, ହକ ମାଗିଲେ ମିଳୁଛି ଧମକ

author img

By

Published : May 25, 2020, 1:33 PM IST

କେନ୍ଦୁଝର: ନିଯୁକ୍ତି ସମୟରେ ହୋଇଥିବା ଚୁକ୍ତିରୁ ଓହରିଲା ଠିକା ସ୍ୱାସ୍ଥ୍ୟ ସଂସ୍ଥା । ଏବେ ହକ୍‌ ମାଗିଲେ ମିଳୁଛି ଧମକ । ଏପରି ଅଭିଯୋଗ ଆସିଛି କେନ୍ଦୁଝରର ରାଙ୍କି ସ୍ଥିତ କୋଭିଡ଼ ମେଡ଼ିକାଲରୁ ।

ମହାମାରୀ କୋରୋନାରୁ ଜିଲ୍ଲାବାସୀଙ୍କୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ କେନ୍ଦୁଝର ଡିଏମଏଫରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉତ୍କଳ ହସ୍ପିଟାଲ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ଏହି ଘରୋଇ ସଂସ୍ଥା ସାଧାରଣ ସେବା ଓ ହାଉସ କିପିଙ୍ଗ ପାଇଁ ୪୬ ଜଣ ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଦେଇଥିଲା । ଚୁକ୍ତି ଥିଲା ଦିନକୁ ୮ ଘଣ୍ଟା କାମ ପାଇଁ ୧୮ ହଜାର ଟଙ୍କା ଦରମା । ତା’ ସାଙ୍ଗକୁ ରହିବା ଓ ଖାଇବା ମାଗଣା । ହେଲେ ଦିନକୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଉଛି ଏହି ସଂସ୍ଥା ।

କୋଭିଡ ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅତ୍ୟାଚାର, ହକ ମାଗିଲେ ମିଳୁଛି ଧମକ

ଆଉ ମାସ ପୁରିବା ପରେ ୧୮ ହଜାରରୁ କମ୍ ଟଙ୍କା ଦେବା ସହ ରହିବା ଓ ଖାଇବା ପାଇଁ ପଇସା ମାଗୁଛି । ଏନେଇ ଉତ୍ୟକ୍ତ ହୋଇ ଏହି କର୍ମଚାରୀ ମାନେ ନ୍ୟାୟ ପାଇଁ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ । ଏନେଇ ମେଡ଼ିକାଲର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.