ETV Bharat / state

ବଡ଼ବିଲରେ ମାଗଣା ଚକ୍ଷୁ ଶିବିର - ବଡ଼ବିଲରେ ମାଗଣା ଚକ୍ଷୁ ଶିବିର

କେନ୍ଦୁଝର ବଡ଼ବିଲରେ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ସହ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ...

ବଡ଼ବିଲରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ
ବଡ଼ବିଲରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ
author img

By

Published : Mar 27, 2021, 5:52 PM IST

କେନ୍ଦୁଝର: ଜିଲ୍ଲାସ୍ଥିତ ବଡ଼ବିଲରେ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ସହ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ନେଟିଭ ଭଏସ ଓ କେନ୍ଦୁଝର ଯୁବ ସାମ୍ବାଦିକ ସଙ୍ଘ ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଛି ।

ବଡ଼ବିଲରେ ମାଗଣା ଚକ୍ଷୁ ଶିବିର
କେନ୍ଦୁଝର ଜିଲ୍ଲା ବଡ଼ବିଲର ବିକାଶ ମହଲ ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ସହ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଯୋଗଦେଇ ଉଦଘାଟନ କରି ଥିବାବେଳେ ବଡ଼ବିଲ ଭଳି ଖଣି ବହୁଳ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଭଳି ସଚେତନତା କାର୍ଯ୍ୟକ୍ରମ କରିବା ସହ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା କହିଛନ୍ତି । ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପରେ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ ରଶ୍ମି ରଞ୍ଜନ ଭଞ୍ଜଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ ସୁବାଶ ଚନ୍ଦ୍ର ଦାସ, ଫାର୍ମାସିଷ୍ଟ ସରୋଜ କାନ୍ତ ବେହେରା ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥିଲେ । ବଡ଼ବିଲ ସହରର ଦୁଇ ଶହରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏହି ମାଗଣା ଚକ୍ଷୁ ଶିବିରରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନେଟିଭ ଭଏସ ସମ୍ପାଦକ ରସାନନ୍ଦ ବେହେରା, କେନ୍ଦୁଝର ଯୁବ ସାମ୍ବାଦିକ ସଙ୍ଘ ସମ୍ପାଦକ ସନ୍ତୋଷ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମ୍ବାଦିକ ସଙ୍ଘ ଜିଲ୍ଲା ସଂଯୋଜକ ଜଗବନ୍ଧୁ ମହାନ୍ତ, କୋଷାଧ୍ୟକ୍ଷ ହେମନ୍ତ ମହାରଣା, ନେଟିଭ ଭଏସ ସଭାପତି ସରୋଜ ଗିରି, ସଦସ୍ୟ ବସନ୍ତ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଜନବ ମହାନ୍ତ, ରାଜୁ ସିଧୁ, ଅଜୟ କେଶରୀ, ପ୍ରଦୀପ୍ତ ଦଳେଇ, ଯୋଗେନ୍ଦ୍ର ପାତ୍ର, ଏମଡି ପରବେଜ, ଜାବେଦ ଅସରଫ, ଉଦୟ ଚାଟାର୍ଜୀ ଆଶୀର୍ବାଦ ଗ୍ରୁପର ରାଜବିନ୍ଦର କୌର, ପ୍ରଭା ଦେବୀ, ସେନେନା ଦେବୀ, ମନୁ କର୍ମକାର, ଗାୟତ୍ରୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.