ETV Bharat / state

ତହସିଲ ଅଫିସ ସମ୍ମୁଖରୁ ଡିକି ଭାଙ୍ଗି ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

author img

By

Published : Aug 3, 2021, 4:18 PM IST

ଧାନ ଗୋଦାମ ମ୍ୟାନେଜରଙ୍କ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ତହସିଲ ଅଫିସ ସମ୍ମୁଖରୁ ଡିକି ଭାଙ୍ଗି ୪ଲକ୍ଷ ଲୁଟିନେଲେ ଦୃର୍ବୁତ୍ତ

କେନ୍ଦୁଝର: ଜିଲ୍ଲାରେ ପୁଣି ଲୁଟର ଶିକାର ହେଲେ ଯୁବକ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଫିସ ସମ୍ମୁଖରେ ମୋଟର ସାଇକେଲେ ଡିକି ଭାଙ୍ଗି ୪ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ସୂଚନାନୁଯାୟୀ ଲୁଟ୍ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭକ୍ତବନ୍ଧୁ ମହାନ୍ତ । ସେ ଗୋଟିଏ ଧାନ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ।

ଆଜି(ମଙ୍ଗଳବାର) ସେ ପାଟଣା ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନଗଦ ୪ଲକ୍ଷ ଟଙ୍କା ଉଠାଇ ମୋଟର ସାଇକେଲ ଡିକିରେ ଟଙ୍କା ରଖି ଗୋଦାମକୁ ଫେରୁଥିଲେ ।ତେବେ ସେ କୌଣସି କାମ ପାଇଁ ପାଟଣା ତହସିଲ ସମ୍ମୁଖରେରେ ଅଟକି ଓକିଲଙ୍କ ପାଖରେ କାର୍ଯ୍ୟ କରୁଥିଲେ । ଠିକ୍ ଏହି ସମୟରେ ୨ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ପଲସରରେ ଆସି ଡିକି ଭାଙ୍ଗିଥିବା ଦେଖି ଭକ୍ତବନ୍ଧୁ ମହାନ୍ତ ପାଟି କରିଥିଲେ । ଆଉ ଠିକ୍ ସେହି ସମୟରେ ଦୁର୍ବୃତ୍ତ ଡିକିରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.