ETV Bharat / state

କାର୍ଯ୍ୟରତ ଖଣି ମଧ୍ୟରେ ଦଶ ଟିକିଆ ହାତୀପଲ

author img

By

Published : Jun 7, 2021, 10:54 PM IST

ବଢିଚାଲିଛି ହାତୀ ଆତଙ୍କ । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ଲୁହା ଖଣିରେ ପଶିଲେ ଦଶ ଟିକିଆ ହାତୀପଲ । ଅଧିକ ପଢନ୍ତୁ...

କାର୍ଯ୍ୟରତ ଖଣି ମଧ୍ୟରେ ଦଶ ଟିକିଆ ହାତୀପଲ
କାର୍ଯ୍ୟରତ ଖଣି ମଧ୍ୟରେ ଦଶ ଟିକିଆ ହାତୀପଲ

କେନ୍ଦୁଝର: ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ଲାଗିଛି । ମଣିଷ ନିଜର ସ୍ବାର୍ଥ ପାଇଁ ଏହି ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଅସ୍ବାଭାବିକ ଭାବେ ଖଣି ଖନନ କାର୍ଯ୍ୟ ଜାରି ରଖିଛି । ଏହିଭଳି କାର୍ଯ୍ୟ ପାଇଁ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବ ପଡିଛି ଏହି ଜଙ୍ଗଲ ମଧ୍ୟରେ ରହୁଥିବା ଜୀବଜନ୍ତୁଙ୍କ ଉପରେ ।

କାର୍ଯ୍ୟରତ ଖଣି ମଧ୍ୟରେ ଦଶ ଟିକିଆ ହାତୀପଲ

ଫଳରେ ଏହି ଜୀବଜନ୍ତୁ ବଞ୍ଚିଥିବା ସ୍ବଳ୍ପ ଜଙ୍ଗଲ ଛାଡି ମଣିଷ ବସବାସ କରୁଥିବା ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଛନ୍ତି । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଣି ଖାଦାନଭରା ବାମେଵାରୀ ଅଞ୍ଚଳରେ । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ଲୁହା ଖଣି ମଧ୍ୟରେ ସୋମବାର ଅପରାହ୍ନରେ ଏକ ଦଶ ଟିକିଆ ହାତୀ ପଲ ପ୍ରବେଶ କରିଥିଲେ । ଖଣି କାର୍ଯ୍ୟ ଚାଲୁଥିବାବେଳେ ଏହି ହାତୀ ପଲ ବେଧଡକ ପଶିଥିଲେ ।

ଏହି ହାତୀ ପଲକୁ ଦେଖି ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ଏହି ହାତୀପଲ ପଳାଇ ଯାଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.