ETV Bharat / state

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, 2ଗୁରୁତର - 2 serious in keonjhar for group cclashes

ରାସ୍ତାକାମକୁ ନେଇ ଶନିବାର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ଆଗରଦା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୪ ଜଣ ଆହତ ହୋଇଥିବାବେଳେ 2ଜଣ ଗୁରୁତର ହୋଇ ପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ..

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, 2ଗୁରୁତର
ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, 2ଗୁରୁତର
author img

By

Published : Oct 10, 2020, 6:53 PM IST

ଆନନ୍ଦପୁର : ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଆଗରଦା ଗାଁରେ ଶନିବାର ଗୋଷ୍ଠୀ ସଂଘର୍ଷ ଘଟି ୪ ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷରୁ 2ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, 2ଗୁରୁତର

ସୂଚନା ଅନୁଯାୟୀ ମନରେଗା ଯୋଜନାରେ ଚାଲିଥିବା ରାସ୍ତା କାମ ଯୋଗୁଁ ଗ୍ରାମର ଦୁଃଶାସନ ସ୍ଵାଇଁଙ୍କର ଚାଷଜମି କ୍ଷତିଗ୍ରସ୍ତ ହେଉଛି । ଏହି ଘଟଣା ସଂପର୍କରେ ଦୁଃଶାସନ ସ୍ଵାଇଁଙ୍କର ୩ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାମ ବନ୍ଦ କରିବାରୁ କାମ କରୁଥିବା ଲୋକମାନେ ଦୁଃଶାସନଙ୍କ ଘର ସମ୍ମୁଖରେ ଗାଳି ଗୁଲଜ କରିଥିଲେ । ଥାନାରେ ଅଭିଯୋଗ କରିବା କଥାକୁ ଦୁଃଶାସନ ସ୍ଵାଇଁଙ୍କ ପୁଅ ଖଣ୍ଡନ କରି ସେମାନଙ୍କ ସହ କଥାବାର୍ତ୍ତା ସମୟରେ ଉଭୟ ପକ୍ଷ ହାତାହାତି ହୋଇଥିଲେ ।

ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇଜଣ ନିକଟସ୍ଥ ସାଇଁକୁଳ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଉଭୟ ପକ୍ଷରୁ ଦୁଇଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.