ETV Bharat / state

ଜିଆର୍‌ଏସ୍‌ଙ୍କୁ ମାଡ଼ ପ୍ରତିବାଦ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

author img

By ETV Bharat Odisha Team

Published : Aug 23, 2023, 4:47 PM IST

ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ଗ୍ରାମ ରୋଜଗାର ସେବକ ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ପଞ୍ଚାୟତ ଗ୍ରାମ ରୋଜଗାର ସେବକଙ୍କୁ ମାଡ଼ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର: ସଦର ବ୍ଲକ ଅଧୀନବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ସଦର ବ୍ଲକର ସମସ୍ତ ଜିଆର୍‌ଏସଙ୍କ ଧାରଣା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆଜିଠୁ ଜିଲ୍ଲାର ସଂଘର ଆହ୍ବାନ କ୍ରମେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଜିଆର୍‌ଏସ୍‌ ସଂଘ । ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ଗ୍ରାମ ରୋଜଗାର ସେବକ ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ଏହାର କପି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ବାଉରୀପଦା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଚାଲିଥିବା ବେଳେ ଜଣେ ଯୁବକ ଜିଆର୍‌ଏସ୍‌ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରିଥିଲେ । ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ସଦର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକ ସହ ସମସ୍ତ ୧୩ଟି ବ୍ଲକର ଜିଆର୍‌ଏସ୍‌ ସଂଘ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଧାରଣାରେ ବସିଛନ୍ତି । ଏପରିକି ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଆଜିର ଏହି ଜିଆର୍‌ଏସ୍‌ ଧାରଣାକୁ ସମର୍ଥନ କରି ସଦର ବ୍ଲକର ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି ।

ଏହା ବି ପଢନ୍ତୁ: ICRP ମହିଳା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ଜିଆର୍‌ଏସ୍‌ ସଂଘ ସଭାପତି ଦେବାଶିଷ ରାଉତ କହିଛନ୍ତି,"ସମସ୍ତ ଜିଆର୍‌ଏସ୍‌ କର୍ମଚାରୀ ଗାଁ' ଗଣ୍ଡାରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ଲୋକଙ୍କ ସମସ୍ୟା ସମଧାନ ପାଇଁ ସବୁ ବେଳେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହୁଛି । ପ୍ରଶାସନ କି ସରକାର ଏହା ପ୍ରତି କୌଣସି ପଦକ୍ଷପ ଗ୍ରହଣ କରିନାହିଁ । ସେମାନଙ୍କ ସୁରକ୍ଷା କି ବୀମା ପାଇଁ ସରକାର ପଦକ୍ଷପ ନେବା ଜରୁରୀ ହୋଇ ପଡିଛି । ୧୫ ତାରିଖର ଏହି ଘଟଣା ଘଟିଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଧରି ପାରି ନାହିଁ । ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକରିଛି ଏଭଳି ଧାରଣା ଜାରି ରହିବ ।"

ଅନ୍ୟପଟେ ସହକାରୀ ବିଡିଓ ଓ ଜିଆର୍‌ଏସ୍‌ କର୍ମଚାରୀଙ୍କ ଧାରଣା ଯୋଗୁଁ ସାଧାରଣ ଲୋକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବ ସହ ଜରୁରୀ କାର୍ଯ୍ୟପାଇଁ ଦୂରରୁ ଆସୁଥିବା ଲୋକେ ନିରାଶ ହୋଇ ଫେରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.