ETV Bharat / state

ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ - government land issue

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଥିବା ଗୋଚର ଜମି ପାଇଁ ସରପଞ୍ଚଙ୍କ ସମର୍ଥନରେ ବାହାରିଲେ ପଞ୍ଚାୟତବାସୀ । ଗୋଚର ଜମିକୁ ସମତୁଲ କରିବା ପାଇଁ ଆଦାୟ କରି ଦେଲେ 8 ଲକ୍ଷ 42 ହଜାର 700 ଟଙ୍କା । ଅଧିକ ପଢନ୍ତୁ...

government land
ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ
author img

By

Published : Dec 30, 2019, 5:49 PM IST

ଆନନ୍ଦପୁର: ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଥିବା ଗୋଚର ଜମି ପାଇଁ ସରପଞ୍ଚଙ୍କ ସମର୍ଥନରେ ବାହାରିଲେ ପଞ୍ଚାୟତବାସୀ । ଗୋଚର ଜମିକୁ ସମତୁଲ କରିବା ପାଇଁ ଆଦାୟ କରି ଦେଲେ 8 ଲକ୍ଷ 42 ହଜାର 700 ଟଙ୍କା । ଏହାସହ ପ୍ରଶାସନ ଏଦିଗରେ ସାହାଯ୍ୟ କରିବା ପାଇଁ କଲେ ଅନୁରୋଧ ।

ଗୋଚର ଜମି ସମତୁଲ ଲାଗି ସରପଞ୍ଚଙ୍କୁ ସମର୍ଥନ, ମିଳିମିଶି ଦେଲେ 8 ଲକ୍ଷ

ସୂଚନା ଅନୁଯାୟୀ, ଗୋଚର ଜମିଟି ଦୀର୍ଘ ଦିନ ହେବ ଓଏମସି କବଜାରେ ଥିବା ସହ ଏଥିରେ ବର୍ଜ୍ୟବସ୍ତୁ ପକାଯାଉଥିଲା । ସ୍ଥାନୀୟ ସରପଞ୍ଚ ଏବାବଦରେ ଜାଣିବା ପରେ ସେ ସ୍ଥାନକୁ ସମତୁଲ କରିବା ପାଇଁ ଆଗଭର ହୋଇଥିଲେ । ସେ ସ୍ଥାନ ନିକଟରେ 3 ଟି ବିଦ୍ୟାଳୟ ଥିବାବେଳେ ଖେଳ ପଡିଆ ନଥିବାରୁ ଏହାକୁ ସେ ସମତୁଲ କରିଥିଲେ । ସେପଟେ ଏଠାରୁ ସମତୁଲ ନାଁରେ ମୋରମ ଚାଲାଣ ହେଉଥିବା ଦର୍ଶାଇ ଖବର ପାଇଁ ଆରଆଇ ଓ ତହସିଲଦାର ପହଞ୍ଚି କାମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସ୍ଥାନୀୟ ଲୋକ ସରପଞ୍ଚଙ୍କ ସମର୍ଥନରେ ବାହାରିବା ସହ ତାଙ୍କୁ ଏ କାମ ପାଇଁ ପ୍ରଶଂସା କରିଛନ୍ତି । ସେହିପରି ଏ କାମକୁ କରିବା ପାଇଁ ମିଳିମିଶି ପଇସା ଯୋଗାଡ କରି ଦେଇଛନ୍ତି । ସେପଟେ ଏବାବଦରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଆଇନ ଅନୁସାରେ ଲୋକଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ତହସିଲଦାର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:2812EB_AND_PKG_Field_anandpur_For_district_member

ଆଙ୍କର-ପଂଚାୟତରେ ଥିବା ଗୋଚର ଜମିକୁ ଉଦ୍ଧାର କରି ସମତୁଲ କରିବା ପାଇଁ ଆଗକୁ ଆସିଲେ ସରପଞ୍ଚ । ଖବର ପାଇ ଘଟଣା ସ୍ଥଳରେ ତହସିଲଦାର ଆରଆଇ ପହଁଚି କାମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହା ଜାଣିବା ପରେ ପଂଚାୟତର ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ସରପଞ୍ଚଙ୍କର କାମକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଲେ ଏବଂ ଗୋଚର ଜମିକୁ ସମତୁଲ କରିବା ପାଇଁ ପଞ୍ଚାୟତ ବାସୀ ୮ଲକ୍ଷ ୪୨ ହଜାର ୭ ଶହ ଟଙ୍କା ଆଦାୟ କରି ଆର୍ଥିକ ସହାୟତା କରିବା ସହ ପ୍ରଶାସନ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ବାଙ୍ଗୋର ପଂଚାୟତରେ। ଦେଖିବା ଈଟିଭି ଭାରତ ର ଏଇ ସ୍ୱତନ୍ତ୍ର ରିପୋର୍ଟ।

ଭି.ଓ-୧-କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବାଙ୍ଗୋର ପଞ୍ଚାୟତ ରେ ଥିବା ଏକ ଗୋଚର ଜାଗା ଦୀର୍ଘ ଦିନ ହେବ ଓଏମସି ତାର ଅକ୍ତିଆର ରେ ରଖି ବଜ୍ୟବସ୍ତୁ ଦ୍ରବ୍ଯ ପକାଉଥିଲା । ସ୍ଥାନୀୟ ସରପଞ୍ଚ ଯେତେବେଳେ ଜାଣିବାକୁ ପାଇଲେ ଯେ ଏହି ଜାଗା ଗୋଚର ଜମି ଅଟେ ଏହା ଓଏମସିର ନୁହଁ ତେଣୁ ତାର ଉଦ୍ଧାର କରିବା ପାଇଁ ଆଗଭର ହୋଇ ସେହି ଜାଗାକୁ ସମତୁଲ କଲେ। କାରଣ ସେହି ଜାଗା ପାଖରେ ୩ଟି ସ୍କୁଲ ଥିବା ବେଳେ ପଡ଼ିଆଟିଏ ବି ନାହିଁ ପିଲାମାନେ ଖେଳିବା ପାଇଁ ଆଉ ମଧ୍ୟ ଗୋରୁ ଗାଈ ଚରିବା ପାଇଁ ଜାଗା ନାହିଁ ତେଣୁ ତାର ଉଦ୍ଧାର କଲେ ପଡ଼ିଆ ଟିଏ ବାହାରିବ ଏବଂ ସେଠାରେ ସବୁ କାର୍ଯ୍ୟହୋଇପାରିବ ବୋଲି କହିଛନ୍ତି ସରପଞ୍ଚ ଏବଂ ସରପଞ୍ଚ ଙ୍କ ଏଭଳି ପଦକ୍ଷେପକୁ ସ୍ୱଗାତ କରିଛନ୍ତି ପଞ୍ଚାୟତ ବାସୀ।

ବାଇଟି-୧-ସୁପ୍ରଭା ରାଉତ,ସରପଞ୍ଚ,(ଶାଢ଼ୀ ପିନ୍ଧିଛନ୍ତି)
ବାଇଟି-୨-ବଳରାମ ମଲ୍ଲିକ, ସ୍ଥାନୀୟ ବାସିନ୍ଦା

ଭି.ଓ-୨-ଏହି ଘଟଣା ର ଖବର ପାଇ ହାଟଡ଼ିହି ତହସିଲଦାର, ଆରଆଇ ଆସି କାମ କରିଥିଲେ କି ଏଠାରୁ ମରମ ଚୋରା ଚାଲାଣ ହେଉଛି ଦର୍ଶାଇ । ପଞ୍ଚାୟତ ବାସୀ ମାନେ ଏହା ଶୁଣିବା ପରେ ଶତାଧିକ ଲୋକ ଏକଜୁଟ ହୋଇ ପ୍ରଶାସନ କୁ ବିରୋଧ କରିବା ସହ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଏଭଳି ସରପଞ୍ଚଙ୍କର ଭଲ କାମକୁ ତାରିଫ କରି ପ୍ରଶାସନ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ। ଏବିଷୟରେ ତହସିଲଦାର ଙ୍କୁ ପଚାରିବାରୁ କ୍ୟାମେରା ଆଗରେ କିଛି କହିବାକୁ ମାନକରିଥିଲେ କିନ୍ତୁ ଆଇନି ଅନୁସାରେ ଲୋକମାନଙ୍କୁ ସହଯୋଗ କରିବେ ବୋଲି କହିଥିଲେ।

ବାଇଟି-୩-ବିବେକାନନ୍ଦ ରାଉତ, ସମିତିସଭ୍ୟ(ଟୋପି ପିନ୍ଧିଛନ୍ତି)
ବାଇଟି-୪-ଟିକି କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟା

FVO-ପଂଚାୟତରେ ଗୋଚର ଜମି ନଥିବାରୁ ସରପଂଚଙ୍କ କାମକୁ ପଂଚାୟତ ବାସୀ ପ୍ରଶଂସା କରିବା ସହ ପ୍ରଶାସନ ସହଯୋଗ ପାଇଁ ଦାବୀ କରିଛନ୍ତି।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.