ETV Bharat / state

କେନ୍ଦୁଝରରେ ପହଞ୍ଚିଲା ଗୋପବନ୍ଧୁ ଜ୍ୟୋତି - ଦୈନିକ ସମାଜ ପକ୍ଷରୁ ଶତବାର୍ଷିକୀ ପାଳନ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 142ତମ ଜନ୍ମତିଥି ଓ 'ଗୋପବନ୍ଧୁ ଜ୍ୟୋତି' ରାଜ୍ୟ ପରିକ୍ରମା ଅବସରରେ କେନ୍ଦୁଝର ଜିଲ୍ଲାରେ ପହଞ୍ଚିଛି । ଏହି ଅବସରରେ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର
author img

By

Published : Oct 20, 2019, 7:17 PM IST

କେନ୍ଦୁଝର: ଗୋପବନ୍ଧୁ ଜ୍ୟୋତି ଯାତ୍ରାକୁ ଭବ୍ୟ ସ୍ବାଗତ କଲା କେନ୍ଦୁଝର । ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଏକ ପ୍ରତିଷ୍ଠିତ ଖବର କାଗଜ ପକ୍ଷରୁ ଶତବାର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ପ୍ରତିଷ୍ଠିତ ଖବର କାଗଜ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଉତ୍କଳମଣିଙ୍କୁ ମନେ ପକାଇବା ପାଇଁ ଏହି ଖବର କାଗଜ ପକ୍ଷରୁ ସବୁବର୍ଷ ପରି ଗୋପବନ୍ଧୁ ଜ୍ୟୋତି ଯାତ୍ରା ଆୟୋଜନ କରାଯାଉଛି । ଚଳିତ ବର୍ଷ ଗୋପବନ୍ଧୁ ଦାସଙ୍କ ୧୪୨ ତମ ଜନ୍ମଜୟନ୍ତୀ ଅବସରରେ ଏହି ଜ୍ୟୋତି କେନ୍ଦୁଝର ଜିଲ୍ଲାରେ ଆସି ପହଞ୍ଚିଛି । ଆଜି ସକାଳୁ ସ୍ଥାନୀୟ ସର୍କିଟ ହାଉସରୁ ଏକ ବିଶାଳ ଶୋଭାଯାତ୍ରାରେ ଗୋପବନ୍ଧୁ ଜ୍ୟୋତି ସହର ପରିକ୍ରମା କରି ନଗର ଭବନ ପହଞ୍ଚିଥିଲା ।

ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, କଲେଜର ଛାତ୍ରଛାତ୍ରୀ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଏହାପରେ ନଗର ଭବନ ଠାରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ବ୍ଲକର କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଗୋପବନ୍ଧୁ ଜ୍ୟୋତି ଯାତ୍ରାକୁ ଭବ୍ୟ ସ୍ୱାଗତ କଲା କେନ୍ଦୁଝରBody:ଆଙ୍କର- ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଦୈନିକ ସମାଜ ପକ୍ଷରୁ ଶତବାର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉତ୍କଳମଣିଙ୍କୁ ମନେ ପକେଇବା ପାଇଁ ସମାଜ ପକ୍ଷରୁ ସବୁବର୍ଷ ପରି ଗୋପବନ୍ଧୁ ଜ୍ୟୋତି ଯାତ୍ରା ଆୟୋଜନ କରାଯାଉଛି । ଚଳିତ ବର୍ଷ ଗୋପବନ୍ଧୁ ଦାସଙ୍କ ୧୪୨ ତମ ଜନ୍ମଜୟନ୍ତୀ ଅବସରରେ ଏହି ଜ୍ୟୋତି କେନ୍ଦୁଝର ଜିଲ୍ଲାରେ ଆସି ପହଞ୍ଚିଥିଲା । ଆଜି ସକାଳୁ ସ୍ଥାନୀୟ ସର୍କିଟ ହାଉସରୁ ଏକ ବିଶାଳ ଶୋଭାଯାତ୍ରାରେ ଗୋପବନ୍ଧୁ ଜ୍ୟୋତି ସହର ପରିକ୍ରମା କରି ନଗର ଭବନ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ରେ ବିଭିନ୍ନ ବିଦ୍ୟାଳୟ, କଲେଜର ଛାତ୍ରଛାତ୍ରୀ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ । ପରେ ନଗର ଭବନ ଠାରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ବ୍ଲକର କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.