ETV Bharat / state

ସୂର୍ଯ୍ୟପରାଗ ପାଇଁ ୨୫ ତାରିଖରେ ବନ୍ଦ ରହିବ ଘଟଗାଁ ପୀଠ - ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ପୀଠ

ଆସନ୍ତା ୨୫ ତାରିଖରେ ବନ୍ଦ ରହିବ ପ୍ରସିଦ୍ଧ ଘଟଗାଁ ମା’ ତାରିଣୀ ମନ୍ଦିର । ମନ୍ଦିରର ଦେବ ନିତି ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୫ ତାରିଖରେ ବନ୍ଦ ରହିବ ଘଟଗାଁ ପୀଠ

author img

By

Published : Oct 20, 2022, 9:22 PM IST

କେନ୍ଦୁଝର: ଆସନ୍ତା ୨୫ ତାରିଖ ମଙ୍ଗଳବାର ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ତେବେ ହିନ୍ଦୁନୀତି ଅନୁସାରେ, ଦେଵସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ପ୍ରସିଦ୍ଧ ଘଟଗାଁ ମା ତାରିଣୀ ମନ୍ଦିରର(Ghatgaon tarini Temple) ଦେବ ନିତି ବନ୍ଦ ରହିବ । ଏହାସହ ମନ୍ଦିର ପରିସରରେ ଥିବା ଦୁଆରସୁଣି ଓ ଶିବ ମନ୍ଦିରରେ ମଧ୍ୟ ଦେଵନୀତି ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୫ ତାରିଖରେ ମଧ୍ୟ ମନ୍ଦିର ମଧ୍ୟରେ ଥିବା ପ୍ରସାଦାଳୟ ବନ୍ଦ ରଖିବାକୁ ସୂଚନା ଦିଆଯାଇଛି । ୨୬ ତାରିଖ ରୀତିନୀତି ଅନୁଯାୟୀ ପୁନର୍ବାର ମନ୍ଦିର କାର୍ଯ୍ୟ ସମ୍ପାଦନ ହେବ ବୋଲି ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ସୂଚନାଯୋଗ୍ୟ ଯେ, "ଚଳିତ ବର୍ଷ ପ୍ରଥମେ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବା ବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ ।ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ଆସନ୍ତା ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ‌ଏହି ଦିନ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଏହି ଦିନ ଭୋର ୪ ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।‌ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ଏହି ଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.