ETV Bharat / state

ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇବା ମାମଲା, ଜଣେ ଗିରଫ

author img

By

Published : Feb 5, 2021, 6:26 AM IST

ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ମିଥ୍ୟା ପ୍ରମାଣ ପତ୍ର ଦେଇ ଟେଣ୍ଡର ପ୍ରକ୍ରିୟା ହାତେଇବା ଅଭିଯୋଗରେ ଜଣେ ଠିକାଦାରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ....

ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇବା ମାମଲା, ଜଣେ ଗିରଫ
ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇବା ମାମଲା, ଜଣେ ଗିରଫ

କେନ୍ଦୁଝର: ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ମିଥ୍ୟା ପ୍ରମାଣ ପତ୍ର ଦେଇ ଟେଣ୍ଡର ପ୍ରକ୍ରିୟା ହାତେଇବା ଅଭିଯୋଗରେ ଜଣେ ଠିକାଦାରକୁ ଗିରଫ କରିଛି ପୋଲିସ । ଗତ ଜାନୁଆରୀ ୨୯ ତାରିଖରେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ 3 ଜଣ ଠିକାଦାରଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ କରାଯାଇଥିଲା । ଟାଉନ ଥାନା ପକ୍ଷରୁ ୪୬୮ ଓ ୪୨୦ ଦୁଇଟି ମାମଲା ରୁଜୁ କରାଯାଇଛି ।

ଆଜି ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଜଣେ ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ଦେବେନ୍ଦ୍ର ଜେନା ନିଜ ପ୍ରତିକ୍ରିୟାରେ ଅନ୍ୟ ୩୩ ଜଣ ଠିକାଦାରଙ୍କ ସମସ୍ତ ତଥ୍ୟ ତଦନ୍ତ ପରିସରକୁ ନିଆଗଲେ ଟେଣ୍ଡର ଦୁର୍ନୀତିର ଅସଲି ଚେହେରା ସାମ୍ନାକୁ ଆସିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଟାଉନ ଥାନା ଅଧିକାରୀ ଏହି ଦୁର୍ନୀତିରେ ମିଥ୍ୟା ପ୍ରମାଣପତ୍ରର ଯାଞ୍ଚ କରି ତଦନ୍ତ ଚାଲୁଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.