ETV Bharat / state

5 ଦଫା ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ - meeting

କେନ୍ଦୁଝରବାସୀଙ୍କୁ ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଅବହେଳା କରୁଥିବାର ଅଭିଯୋଗ ହୋଇଛି। ଶନିବାର ଆୟୋଜିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟିର ପଞ୍ଚମ ବାର୍ଷିକ ବୈଠକରେ ସରକାରୀ ଅବହେଳାକୁ ଅସନ୍ତୋଷ ପ୍ରକାଶ ପାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Feb 9, 2019, 6:35 PM IST

କେନ୍ଦୁଝର: ଜିଲ୍ଲାବାସୀଙ୍କ ହକ ଏବଂ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟିର ପଞ୍ଚମ ବାର୍ଷିକୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ଜିଲ୍ଲାବାସୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବକୁ ମଧ୍ୟ ନିନ୍ଦା କରାଯାଇଛି।

ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲା ଭାବେ କେନ୍ଦୁଝର ବେଶ ପରିଚିତ। ଏହି ଜିଲ୍ଲାକୁ ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାର ମୌଳିକ ଆବଶ୍ୟକତାକୁ ମଧ୍ୟ ରାଜ୍ୟ ସରକାର ପୂରଣ କରି ପାରିନାହାନ୍ତି। ଜିଲ୍ଲାବାସୀଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରିଯିବା ସହ ସେମାନଙ୍କ ହକ ଦେବା ପାଇଁ 2015ରେ ଆରମ୍ଭ ହୋଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
undefined

ମେଡିକାଲ କଲେଜ, ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା, ଡିଡି କଲେଜକୁ ଏକକ ମହାବିଦ୍ୟାଳୟ ଘୋଷଣା, କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସହ ଚମ୍ପୁଆ ଏବଂ ଆନନ୍ଦପୁର ସବଡିଭିଜନକୁ ରେଳ ଚଳାଚଳ ଆଦି 5 ଦଫା ଦାବି ନେଇ କମିଟି ପକ୍ଷରୁ ଆନ୍ଦୋଳନ ହୋଇଥିଲା । ବହୁ ବାଦ ବିବାଦ ପରେ ରାଜ୍ୟ ସରକାର ମେଡିକାଲ କଲେଜର ଘୋଷଣା କରିଥିଲେ। ଏଥିପାଇଁ ସରକାରୀ ରାଜକୋଷରୁ ବ୍ୟୟ ବରାଦ ନ କରି ଡିଏମଫ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିଲା।

ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସାରିଥିବାବେଳେ କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହା ଅସମ୍ପୂର୍ଣ୍ଣ ହୋଇ ପଡିଛି। ଏହାର ପ୍ରତିବାଦରେ କମିଟି ପକ୍ଷରୁ ବୈଠକ ଡକାଯାଇଥିଲା । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଏହି ଦାବି ଗୁଡିକୁ ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

ରାଜସ୍ଥାନରେ ରାଉରକେଲା ଝିଅ ବିକ୍ରି ଘଟଣା, ଉଦ୍ଧାର ପାଇଁ ଦିଲ୍ଲୀ ଗଲା ରାଉରକେଲା ପୋଲିସ

ରାଉରକେଲା: ରାଉରକେଲା ଲାଠିକଟା ଅଞ୍ଚଳର ନାବାଳିକାକୁ ରାଜସ୍ଥାନରେ ବିକ୍ରି ଘଟଣା, ଯୁବତୀଙ୍କୁ ରାଉରକେଲା ଆଣିବାକୁ ଦିଲ୍ଲୀ ଗଲା 5 ଜଣିଆ ପୋଲିସ୍ ଟିମ୍ । 

2018 ଫେବୃୟାରୀ 26 ତାରିଖରେ ମିସଟେକ ଅଫ ଫ୍ୟାକ୍ଟ( mistake of fact) କହି କେସ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ମିଡିଆ ରିପୋର୍ଟ ପରେ ରାଉରକେଲା ପୋଲିସ ତଥା  ଡିସିପିୟୁ ଟିମକୁ ଦିଲ୍ଲୀ ପଠାଯାଇଛି । ଝିଅର ବାପାଙ୍କ ଅଭିଯୋଗ ଥିଲା ଯେ, ନ୍ୟାୟ ପାଇଁ ଏସପି ତଥା ଡିଆଇଜିଙ୍କ ନିକଟରେ ଗୁହାରୀ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଅସହାୟ ନାବାଳିକା ଝିଅର ବାପା ଦିଲ୍ଲୀ ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିଲେ । ତାଙ୍କ କାର୍ଯ୍ୟ କ୍ଷେତ୍ର ନ ଥିବା ସତ୍ତ୍ବେ ମଧ୍ୟ ସେମାନେ ରାଜସ୍ଥାନର  ଝୁନ୍ଝୁଣୁରୁ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣକ 9 ମାସର ଗର୍ଭବତୀ ବୋଲି ଜଣାପଡିଛି । ଓଡିଶା ପୋଲିସର ଚୁପ ରହିବା ଘଟଣା ଉପରେ ଦୋଷୀ ପୋଲିସ କର୍ମୀ ମାନଙ୍କ ବିରୋଧରେ  କାର୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ବାପା।

ରାଉରକେଲା ପୋଲିସ ପାଇଁ ଏହି ଘଟଣା ଲଜ୍ଜା ବୋଲି ଦିଲ୍ଲୀ ମହିଳା ଆୟୋଗ ଲେଖିବା ପରେ ରାଉରକେଲା ଏସପି ସ୍ପଷ୍ଟୀକରଣ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି କି, 2017 ଡିସେମ୍ବର 7 ତାରିଖରେ କେସ ନମ୍ବର 47 ରେ ଆଇପିସି ଧାରା 363ରେ ଏକ ମାମଲା ରୁଜୁ ହୋଇଥିଲା। 2017 ଡିସେମ୍ବର 23 ତାରିଖରେ ଝିଅକୁ ଉଦ୍ଧାର କରି 164ରେ ତାଙ୍କର ବୟାନ ରେକର୍ଡ ହେବା ପରେ ଝିଅକୁ ସିଡବ୍ଲ୍ୟୁସି ତାଙ୍କ ବାପାଙ୍କୁ ଦେଇଥିଲେ।

ନାବାଳିକାଙ୍କ ବାପା ରେଳ ବିଭାଗରୁ ସେବାନିବୃତ ହେବା ପରେ ଲାଠିକଟା ଥାନା ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କ ଅନୁପସ୍ଥିତିରେ ପଡୋଶୀ  ଚାନ୍ଦୋ ଓରାମ ନାବାଳିକାକୁ ନେଇ ତାଙ୍କ ବଡ଼ ଭଉଣୀ ତଥା ଭିଣୋଇକୁ ଦେଇଥିଲା। ସେମାନେ ନାବାଳିକାକୁ ଲକ୍ଷାଧିକ ଟଙ୍କାରେ ଝୁନ୍ଝୁଣୁର ମୁକେଶ ଅଗ୍ରୱାଲକୁ ବିକି ଦେଇଥିଲେ। ନାବାଳିକାର ବାପାଙ୍କ ଅଭିଯୋଗ ପରେ ନାବାଳିକା ତଥା ତାକୁ କିଣିଥିବା ଲୋକଙ୍କୁ ଧରି ପୋଲିସ ଲାଠିକଟା ଥାନା ଆଣି ଥିଲେ।

ଥାନାରେ ଝିଅଟି ତାକୁ ବିକ୍ରି ହୋଇଥିବା କଥା କହିଥିଲା।  ଆଉ ଆରମ୍ଭ ହୋଇଥିଲା  ପୋଲିସର ନକରାତ୍ମକ ଭୂମିକା । ପୋଲିସ କାଗଜପତ୍ରରେ ନାବାଳିକାକୁ ତା ବାପା ପାଇଲେ ବୋଲି ଲିଖିତରେ ହେବାପରେ ପୁଣି ନାବାଳିକାକୁ ଝୁଣଝୁଣର ବ୍ୟବସାୟୀଙ୍କୁ ଦିଆଯାଇଥିଲା। ବାରମ୍ବାର ଗୁହାରି କରି ଥିଲେ କିନ୍ତୁ ପୋଲିସ ତାଙ୍କ ନାବାଳିକା ଝିଅ କୁ ଫେରାଇ ଆଣିବାରେ ସଫଳ ହୋଇ ନଥିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.