ETV Bharat / state

ବିପ୍ଲବୀ ଧରଣୀଧର ନାଏକଙ୍କ ଜନ୍ମ ଜୟନ୍ତୀ ପାଳିଲା କେନ୍ଦୁଝର ପ୍ରଶାସନ

author img

By

Published : May 5, 2022, 3:12 PM IST

ଆଜି ମହାନ ବିପ୍ଲବୀ ଧରଣୀଧର ନାଏକଙ୍କ ୧୫୮ତମ ଜନ୍ମ ଜୟନ୍ତୀ । କେନ୍ଦୁଝର ଜିଲ୍ଲାର ଭୂୟାଁ ସାଂସ୍କୃତିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏହି ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ବିପ୍ଲବୀ ଧରଣୀଧର ନାଏକଙ୍କ ଜନ୍ମ ଜୟନ୍ତୀ ପାଳିଲା କେନ୍ଦୁଝର ପ୍ରଶାସନ
ବିପ୍ଲବୀ ଧରଣୀଧର ନାଏକଙ୍କ ଜନ୍ମ ଜୟନ୍ତୀ ପାଳିଲା କେନ୍ଦୁଝର ପ୍ରଶାସନ

କେନ୍ଦୁଝର: ଆଜି ମହାନ ବିପ୍ଲବୀ ଧରଣୀଧର ନାଏକଙ୍କ ୧୫୮ତମ ଜନ୍ମ ଜୟନ୍ତୀ । ରାଜତନ୍ତ୍ରକୁ ବିରୋଧ କରି ଏହି ଭୂୟାଁ ସର୍ଦ୍ଦାର ବିପ୍ଳବ ଆରମ୍ଭ କରିଥିଲେ । ଏହି ବିପ୍ଳବ ପରେ ବ୍ରିଟିଶ ସରକାର ମଧ୍ୟ ଦୋହଲି ଯାଇଥିଲା । ଏହି ମହାନ ବିପ୍ଲବୀଙ୍କ ଜୟନ୍ତୀକୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ।

କେନ୍ଦୁଝର ଜିଲ୍ଲାର ଭୂୟାଁ ସାଂସ୍କୃତିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ପାଳନ କରାଯାଇଛି । ଦୀର୍ଘ ୩ ବର୍ଷ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜୟନ୍ତୀକୁ ବେଶ ଧୁମଧାମରେ ପାଳନ କରାଯାଇଛି । ସକାଳୁ ସହରରେ ଥିବା ସ୍ବାଧୀନତା ସଂଗ୍ରାମୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ଥାନୀୟ ସଂସ୍କୃତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ସଭାକାର୍ଯ୍ୟ ଶେଷ ହେବା ପରେ ବିଭିନ୍ନ କାର୍ଯ୍ୟରେ କୃତି ଅର୍ଜନ କରିଥିବା ଆଦିବାସୀଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଠ ଆଦିବାସୀ ନେତା କୁଞ୍ଜ ଦେହୁରୀଙ୍କୁ ଧରଣୀ ସମ୍ମାନ ପ୍ରଦାନ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.