ETV Bharat / state

ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଫରେଷ୍ଟର ନିଲମ୍ବିତ, ଗାର୍ଡଙ୍କୁ ଜବାବ ତଲବ

author img

By ETV Bharat Odisha Team

Published : Dec 7, 2023, 5:40 PM IST

Forest Official suspended: କେନ୍ଦୁଝର ବନଖଣ୍ଡର କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଫରେଷ୍ଟରଙ୍କୁ ନିଲମ୍ବନ ଏବଂ ବନରକ୍ଷୀଙ୍କୁ ଜବାବ ତଲବ କରାଯାଇଛି । ଅଧିକ ପଢନ୍ତୁ

ମାଈହାତୀ ମୃତ୍ୟୁଘଟଣାରେ କାର୍ଯ୍ୟାନୁଷ୍ଠାନ,  ଫରେଷ୍ଟର ନିଲମ୍ବିତ ଓ ଗାର୍ଡଙ୍କୁ କୈଫିୟତ ତଲବ

କେନ୍ଦୁଝର: ଚମ୍ପୁଆ ବନାଞ୍ଚଳ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାତୀ ମୃତ୍ୟୁ ପାଇଁ ଉଭୟ ବନବିଭାଗ ଓ ଟାଟା ପାୱାରକୁ ଦାୟୀ କରାଯାଇଛି । ଏଥିସହ ଘଟଣାରେ ଫରେଷ୍ଟର କାଳନ୍ଦୀ ସାମଲଙ୍କୁ ନିଲମ୍ବିତ କରାଯାଇଛି ।

ଟାଟା ପାୱାର ବିରୋଧରେ ମାମଲା ରୁଜୁ କରାଯାଇ ଏହାର ଅଭିଯୁକ୍ତ ଭାବେ ସ୍ଥାନୀୟ ଏସ୍‌ଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟୀ କରାଯାଇଛି । ଏହା ସହିତ ଅଧ୍ୟକ୍ଷଣ ଯନ୍ତ୍ରୀ ୧୫ ଦିନ ମଧ୍ୟରେ ବିଦ୍ୟୁତ୍ ହାତୀଙ୍କ ସୁରକ୍ଷା ପାଇଁ ଟ୍ରାନ୍ସଫର୍ମର ଓ ଷ୍ଟେ’ ତାରରେ ସୁରକ୍ଷାବ୍ୟବସ୍ଥାକୁ ସୁଦୃଢ଼ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବନ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଡିଏଫ୍ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ବେଳେ ଫରେଷ୍ଟର କାଳନ୍ଦୀ ସାମଲଙ୍କୁ ନିଲମ୍ବିତ କରିଛନ୍ତି । ବନରକ୍ଷୀଙ୍କୁ ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ଡିଏଫ୍ଓ ନିର୍ଦ୍ଦେଶ ଦେଇଛନ୍ତି । ବନବିଭାଗ କାର୍ଯ୍ୟାନୁଷ୍ଠାନ ପରେ ଖାମଖିଆଲି ଭାବେ କର୍ତ୍ତବ୍ୟ କରୁଥିବା ବନ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଥମୁନି ହାତୀ ମୃତ୍ୟୁ, ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ସନ୍ଦେହ

ହାତୀ ମୃତ୍ୟୁ ଘଟଣାର ୨ ଦିନ ପରେ ଡିଏଫ୍ଓ ଧନରାଜ ଏଚଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେବଳ ବନବିଭାଗ ନୁହେଁ ବିଦ୍ୟୁତ୍ ବିଭାଗକୁ ହାତୀ ମୃତ୍ୟୁରେ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ପରେ ଚମ୍ପୁଆ ଅଞ୍ଚଳର ଟାଟା ପାୱାର ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଲାଇନ୍‌ମ୍ୟାନ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଟାଟା ପାୱାର କର୍ମଚାରୀମାନେ ଫେରାର ରହିଥିବାରୁ ସିଆରପିସି ୪୧ ଅନୁସାରେ ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଲାଇନମ୍ୟାନ୍ ବନବିଭାଗର ତଦନ୍ତକାରୀଙ୍କ ନିକଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ସମ୍ପର୍କରେ ବନ କର୍ମଚାରୀ ମାନେ ଜାଣି ନପାରିବା ଦୁର୍ଭାଗ୍ୟର ବିଷୟ ବୋଲି ଡିଏଫ୍‌ଓ କହିଛନ୍ତି ।

ସୂଚନା ଯୋଗ୍ୟ ଯେ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୨୦ ବର୍ଷୀୟ ମାଈ ହାତୀର ଗଳିତ ମୃତଦେହ ଠାବ ହୋଇଥିଲା । ଉକ୍ତ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରିଥିଲା । ଗଳିତ ମୃତ ହାତୀ ଦେହରେ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ଓୟାର ଲାଗି ରହିଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରିଥିଲା ଜଙ୍ଗଲ ବିଭାଗ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.