ETV Bharat / state

ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଲୁଟ ଘଟଣା, ଟ୍ରକ ମେସିନ ଜବତ - looted iron ore from protected forests

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଲୁହାପଥର ଚୋରି ବେଳେ ବନବିଭାଗ ଚଢାଉ କରିଛି ।

ଲୁହାପଥର ଲୁଟ ଘଟଣାରେ ଟ୍ରକ ମେସିନ ଜବତ
ଲୁହାପଥର ଲୁଟ ଘଟଣାରେ ଟ୍ରକ ମେସିନ ଜବତ
author img

By

Published : Feb 14, 2021, 1:27 PM IST

Updated : Feb 14, 2021, 1:57 PM IST

କେନ୍ଦୁଝର: ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଲୁଟ ବେଳେ ବନବିଭାର ଚଢାଉ । ଟ୍ରକ ମେସିନ ଜବତ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଲୁହାପଥର ଚୋରି ବେଳେ ବନବିଭାଗ ଚଢାଉ କରିଛି । ଏହି ଚଢାଉରେ ୨ ଟି ୧୨ ଚକିଆ ଟ୍ରକ ଓ ଏକ ଜେସିବି ମେସିନ ଜବତ ହୋଇଛି ।

ଜବତ ଲୁହା ପଥରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ବନବିଭାଗ ଆସୁଥିବା ଜାଣିପାରି ଚଖମା ଦେଖାଇ ଘଟଣାସ୍ଥଳରୁ ଛୁ ମାରିଛନ୍ତି ଲୁହାପଥର ମାଫିଆ ।

ଲୁହାପଥର ଲୁଟ ଘଟଣାରେ ଟ୍ରକ ମେସିନ ଜବତ

କେନ୍ଦୁଝରରୁ କାଦକଳା, ରାକମ ଓ ଲୁହାକଳା ଆଦି ଅଞ୍ଚଳରୁ ନିୟମିତ ଲୁହାପଥର ଚୋରି ହେଉଥିଲେ ମଧ୍ୟ ବନବିଭାଗ ମାଫିଆକୁ ଧରିବାରେ ଅସଫଳ ହେଉଥିଲା । ତେବେ ହାତୀ ଟ୍ରାକିଂ ଡ୍ୟୁଟି କରୁଥିବା ସମୟରେ ବନବିଭାଗ ଚୋରି ହେଉଥିବା ଖବର ପାଇ ଚଢାଉ କରିଥିଲା ।

ତେବେ ମାଫିଆଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ବନବିଭାଗ। ଗତକାଲି ଚଢାଉ ବେଳେ ସଦର ରେଞ୍ଜ , ଚମ୍ପୁଆ ରେଞ୍ଜ , ବିଜେପି ରେଞ୍ଜର ରେଞ୍ଜରଙ୍କ ସହିତ ଟିମ ଓ ନୟାକୋଟ ପୋଲିସ ସାମିଲ ଥିଲେ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 14, 2021, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.