ETV Bharat / state

ହରିଣ ଶିକାର ଅଭିଯୋଗରେ 5 ଗିରଫ - charges of killing deer

କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ଓସ୍ତପଙ୍ଗା ନିକଟସ୍ଥ ଗୋଳିଆ ନାଳ ସାହି ନିକଟରେ ଏକ ହରିଣକୁ ଶିକାର କରି ହତ୍ୟା ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

ହରିଣ ଶିକାର ଅଭିଯୋଗରେ ପାଞ୍ଚ ଗିରଫ
ହରିଣ ଶିକାର ଅଭିଯୋଗରେ ପାଞ୍ଚ ଗିରଫ
author img

By

Published : Mar 21, 2021, 12:35 PM IST

କେନ୍ଦୁଝର: ହରିଣକୁ ମାରିବା ଅଭିଯୋଗରେ ପାଞ୍ଚ ଗିରଫ । କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ଓସ୍ତପଙ୍ଗା ନିକଟସ୍ଥ ଗୋଳିଆ ନାଳ ସାହି ନିକଟରେ ଏକ ହରିଣକୁ ଶିକାର କରାଯାଇଛି । ହରିଣ ଶିକାର କରିବା ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି ବନ ବିଭାଗ ।

ହରିଣ ଶିକାର ଅଭିଯୋଗରେ ପାଞ୍ଚ ଗିରଫ

ସୂଚନାନୁସାରେ,ଗତକାଲି ଅପରାହ୍ନରେ ଶିକାର ଲକ୍ଷରେ ଗାଁର କିଛି ଲୋକେ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ହରିଣଟି ଜଙ୍ଗଲ ବାହାରକୁ ପଳାଇ ଆସିଥିଲା । ପରେ ହରିଣକୁ ପାଇବା ପରେ ଲୋକମାନେ ଶିକାରୀ କୁକୁର ସାହାଯ୍ୟରେ ସାମ୍ନା ପଟୁ ହରିଣ ଉପରକୁ ଆକ୍ରମଣ କରି ହତ୍ୟା କରିଥିଲେ ।

ଏହା ପରେ ହରିଣର ମୃତଦେହକୁ ଘରକୁ ଆଣିଥିଲେ । ଏ ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କ ଘରେ ରେଡ଼ କରିଥିଲା । ହରିଣର ମୃତଦେହକୁ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ପାଞ୍ଚଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ବନବିଭାଗ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.