ETV Bharat / state

ଆନନ୍ଦପୁର ଉପଖଣ୍ଡରେ ଚୋରା କାଠ ଜବତ କଲା ବନବିଭାଗ - ଆନନ୍ଦପୁର

ବନ ବିଭାଗକୁ ସଫଳତା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚମ୍ପାପାଳ ଗାଁରେ ବେଆଇନ ଭାବରେ ଚୋରା କାଠ କାରବାର ପଣ୍ଡ । ଅଧିକ ପଢନ୍ତୁ...

ବନ ବିଭାଗକୁ ସଫଳତା
ବନ ବିଭାଗକୁ ସଫଳତା
author img

By

Published : Dec 10, 2020, 2:00 PM IST

ଆନନ୍ଦପୁର: ପଣ୍ଡ ହେଲା ଚୋରା କାଠ କାରବାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଷିପୁରା ପୋଲିସ ଓ ଦେଓଗାଁ ବନ ବିଭାଗ ମିଳିତ ଚଢାଉ କରି ଚୋରା କାଠ ଜବତ କରିଛି ।

ଆନନ୍ଦପୁର ଉପଖଣ୍ଡରେ ଚୋରା କାଠ ଜବତ

ସୂଚନାଅନୁସାରେ,ଅନେକ ସମୟ ଧରି ଚମ୍ପାପାଳ ଗାଁରେ ବେଆଇନ ଭାବରେ ଚୋରା କାଠ କାରବାର ଚାଲିଥିଲା । ଏହାର ଖବର ପାଇ ଘଷିପୁରା ପୋଲିସ ଓ ଦେଓଗାଁ ବନ ବିଭାଗ ଗୁରୁବାର ମିଳିତ ଚଢାଉ କରିଥିଲା । ମିଳିତ ଚଢାଉରେ ବନ ବିଭାଗକୁ ସଫଳ ହୋଇଛି ।

ଅଭିଯୁକ୍ତଙ୍କଠାରୁ ବହୁ ମୂଲ୍ୟର ଚୋରା କାଠ ଜବତ ହୋଇଛି । ଚଢାଉରେ ଆନନ୍ଦପୁର ଡିଏଫଓଙ୍କ ତତ୍ବାବଧାନରେ ଦେଓଗାଁ ରେଞ୍ଜର ,ଫରେଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଚଢଉରେ ଘଷିପୁରା ପୋଲିସ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲା। ଜବଦ କାଠ ଗୁଡିକୁ ଦେଓଗାଁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି।

ଆନନ୍ଦପରୁରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.