ETV Bharat / state

ଗ୍ରୀଷ୍ମ ପୂର୍ବରୁ ଜଳକଷ୍ଟ, ଶୋଷ ମେଣ୍ଟାଉଛି କେନାଲ ପାଣି - କେନ୍ଦୁଝର ଜଳ ସଂକଟ

ଦେଖାଦେଇଛି ଉତ୍କଟ ଜଳସମସ୍ୟା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଗୋପାଳପୁର ପାନୀୟଜଳ ପାଇଁ ଅଛି କେବଳ ଗୋଟିଏ ନଳକୂପ। ତାହା ପୁଣି ପିଇବା ଉପୋଯୋଗୀ ନୁହେଁ । ପାଣି ମୁନ୍ଦାଏ ପାଇଁ ନିର୍ଭର କରୁଛନ୍ତି ଗାଁ ଠାରୁ ଏକ କିମି ଦୂରରେ ଥିବା ନାଳ ଉପରେ। ଅଧିକ ପଢନ୍ତୁ...

for drinking water villagers depend on canal in keonjhar district
ନଳକୂଅରୁ ବାହାରୁଛି ଗୋଳିଆ ପାଣି, ଲୋକେ ନାଳ ପାଣି ଉପରେ ନିର୍ଭରଶୀଳ
author img

By

Published : Mar 5, 2020, 9:43 PM IST

ଆନନ୍ଦପୁର: ଦେଖାଦେଇଛି ଉତ୍କଟ ଜଳସମସ୍ୟା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ହେଉଛି ଗୋପାଳପୁର । ଗାଁର ଗୋଟିଏ ସାହିରେ ପ୍ରାୟ ୩୦ ରୁ ଅଧିକ ପରିବାର ରହନ୍ତି । ପିଇବା ପାଇଁ ଅଛି କେବଳ ଗୋଟିଏ ନଳକୂପ। ତାହା ପୁଣି ପିଇବା ଉପଯୋଗୀ ନୁହେଁ । ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଏକ କିମି ଦୂରରେ ଥିବା ନାଳ ଉପରେ ନିର୍ଭର କରୁଛନ୍ତି ।

ନଳକୂଅରୁ ବାହାରୁଛି ଗୋଳିଆ ପାଣି, ଲୋକେ ନାଳ ପାଣି ଉପରେ ନିର୍ଭରଶୀଳ

ଆଗକୁ ଆସୁଛି ଗ୍ରୀଷ୍ମ । ଏବେ ଠାରୁ ଲୋକଙ୍କୁ ଭୋଗିବାକୁ ପଡ଼ିଲାଣି ଜଳ କଷ୍ଟ। ଆଉ ମାସେ ଦୁଇ ମାସେ ପରେ କିପରି ପାନୀୟ ଜଳ ଆଣିବେ ସେନେଇ ଚିନ୍ତାରେ। ବାଧ୍ୟବାଧକରେ ନାଳ ପାଣି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରି ରୋଗକୁ ନିମନ୍ତ୍ରଣ କରୁଛନ୍ତି ଲୋକେ। ଏଭଳି ଜଳସମସ୍ୟା ଜାରି ରହିଲେ ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ଗୋପାଳପୁରବାସୀଙ୍କ ଜଳକଷ୍ଟ ସମସ୍ୟାକୁ ନେଇ ଘସିପୁରା ବ୍ଲକର ଉପରିସ୍ଥ ଅଧିକାରୀ ଏବଂ ପଞ୍ଚାୟତ କର୍ମଚାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନେ ଏ ସମ୍ପର୍କରେ କ୍ୟାମେରା ଆଗରେ କିଛି କହିବାକୁ ମନାକରିବା ସହ ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.