ETV Bharat / state

କେନ୍ଦୁଝରର 5 ଖଣି ମାଲିକଙ୍କ ଜବତ ହେବ ସମ୍ପତ୍ତି - owners

କେନ୍ଦୁଝରର 5 ଖଣି ମାଲିକଙ୍କ ଜବତ ହେବ ସମ୍ପତ୍ତି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା 20 ତାରିଖ ସୁ୍ଦ୍ଧା ସେମାନେ ଯଦି ଜୋରିମାନା ପଇଠ ନ କରନ୍ତି, ସେମାନଙ୍କ ସମ୍ପତ୍ତି ଜବତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 6, 2019, 7:12 PM IST

କେନ୍ଦୁଝର: ଜୋରିମାନା ଖିଲାପକାରୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରରେ 5 ଖଣି କମ୍ପାନୀଙ୍କ ଜବତ ହେବ ସମ୍ପତ୍ତି । ଆସନ୍ତା 20 ସୁଦ୍ଧା ଜୋରିମାନା ପଇଠ ନ କଲେ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାପାଳ ୩୧ଟି ଖଣିର 23 ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ କରିଛନ୍ତି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018 ମେ 24 ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଓପିଡ଼ିଆର ଆକ୍ଟ 1962 ଅନୁଯାୟୀ, ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ ପାଞ୍ଚ ଜଣ ଖଣି ମାଲିକଙ୍କ ସମ୍ପତ୍ତି ଜବତ ପାଇଁ ଜିଲ୍ଲାପାଳଙ୍କ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଏସଜି ପାଣ୍ଡେ, ଟିବି ଲାଲ, ଭଞ୍ଜ ମିନେରାଲ, ଏସସି ପାଢ଼ୀ ଓ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଲିମିଟେଡ଼ ନାମରେ କେସ୍ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.