ETV Bharat / state

କେନ୍ଦୁଝରରେ ପ୍ରଥମ କୋଭିଡ଼ ଟେଷ୍ଟିଂ ସେଣ୍ଟର ଉଦ୍‌ଘାଟନ - କେନ୍ଦୁଝରରେ କୋଭିଡ଼ ଟେଷ୍ଟିଂ ସେଣ୍ଟର

କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଲଢେଇ ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଆରମ୍ଭ ହେଲା ପ୍ରଥମ କୋଭିଡ ଟେଷ୍ଟିଂ ସେଣ୍ଟର ।

first Covid testing center
first Covid testing center
author img

By

Published : Jul 27, 2020, 4:02 PM IST

କେନ୍ଦୁଝର: ଦିନକୁ ଦିନ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗୁଛି । ଏହି ମହମାରୀର କବଳରୁ ରକ୍ଷା ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନ ଅହରହ ପ୍ରୟାସ ଜାରି ରଖିଛନ୍ତି । ସଂକ୍ରମଣ ରୋକିବା ଦିଗରେ ବ୍ୟାପକ ଭାବେ ପ୍ରଶାସନ ପକ୍ଷରୁ ଟେଷ୍ଟ କରାଯାଉଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଲଢେଇ ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଆରମ୍ଭ ହେଲା ପ୍ରଥମ କୋଭିଡ ଟେଷ୍ଟିଂ ସେଣ୍ଟର ।

କେନ୍ଦୁଝରରେ ପ୍ରଥମ କୋଭିଡ଼ ଟେଷ୍ଟିଂ ସେଣ୍ଟର ଉଦ୍‌ଘାଟନ

କେନ୍ଦୁଝର ଜିଲ୍ଲାରେ ପ୍ରଥମେ ସମସ୍ତ ସ୍ୱାବ ଟେଷ୍ଟ କଟକ ବଡ଼ ମେଡ଼ିକାଲରେ କରାଯାଉଥିଲା । ଏହା ଫଳରେ ଟେଷ୍ଟ ରିପୋର୍ଟ ଆସିବାରେ ଡେରି ହେଉଥିଲା । ଜିଲ୍ଲାରେ ଏହାର ଆବଶ୍ୟକତାକୁ ଦେଖି ନୂତନ ଟେଷ୍ଟିଂ ସେଣ୍ଟର ଖୋଲାଯିବ ବୋଲି ଜିଲ୍ଲାପାଳ ପୂର୍ବରୁ ଆମ ଚ୍ୟାନେଲକୁ ସୂଚନା ଦେଇଥିଲେ । ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ନୂତନ ଟେଷ୍ଟିଂ ସେଣ୍ଟରକୁ ଉଦ୍ଘା‌ଟନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ଏହି ଟେଷ୍ଟିଂ ସେଣ୍ଟର ଖୋଲିବା ପରେ ଆଗାମୀ ଦିନରେ ଆକ୍ରନ୍ତଙ୍କ ଶୀଘ୍ର ପରୀକ୍ଷଣ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଏହି ଟେଷ୍ଟିଂ ସେଣ୍ଟରରେ ଘଣ୍ଟାକୁ ଚାରୋଟି ସ୍ୱାବର ଟେଷ୍ଟିଂ ହେଇପାରୁଥିବା ଚିକିତ୍ସାଳୟ ପକ୍ଷରୁ ଜଣାପଡିଛି । ପୂର୍ବରୁ ଆଣ୍ଟିଜେନ ଟେଷ୍ଟିଂକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.